Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୁରୀ ଓ୍ୱାଇଲ୍ଡ ଲାଇଫ ଏସିଏଫ୍, ୫ଟି ସ୍ଥାନରେ ରେଡ୍

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ସହକାରୀ ବନ ସଂରକ୍ଷକ । ତାଙ୍କ ନାଁ ପ୍ରଶାନ୍ତ କୁମାର ସ୍ୱାଇଁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଏସିଏଫଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ।

ଭୁବନେଶ୍ୱରରେ ଥିବା ଘର, ବାଲିପାଟଣାରେ ଥିବା ପୈତୃକ ଘର ଓ ଢେଙ୍କାନାଳ ଷ୍ଟେସନ ବଜାରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି । ସେହିପରି ପୁରୀରେ ଥିବା ଅଫିସ, ପୁରୀରେ ଭଡ଼ା ଘରେ ବି ଚଢାଉ କରାଯାଇଛି । ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି । ଏବେ ବି ଜାରି ରହିଛି ଚଢାଉ ।

Leave A Reply

Your email address will not be published.