Latest Odisha News

BREAKING NEWS

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ପର୍ଶୁରାମ ନାଏକ । ଏକକାଳୀନ ୩ଟି ସ୍ଥାନରେ ଚଢାଉ ଚଳାଇଛନ୍ତି ରାଉରକେଲା ଭିଜିଲାନ୍ସ ଡିଭିଜନର ଟିମ୍ ।

ପର୍ଶୁରାମଙ୍କ ସୁନ୍ଦରଗଡ଼ ଟାଉନର ରଙ୍ଗାଢ଼ିପରେ ଥିବା ତିନି ମହଲା କୋଠା, ପୈତୃକ ଗାଁ ଲେଫ୍ରିପଡ଼ା, ବଡ଼ଗାଁ ସ୍ଥିତ ସରକାରୀ ଅଫିସ ଚାମ୍ପରରେ ଚଢ଼ାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି ତାହା ଜଣା ପଡିନି ।

Leave A Reply

Your email address will not be published.