Latest Odisha News

BREAKING NEWS

ପୁରୀ ଲୋକନାଥ ମନ୍ଦିରରେ ଆଜି ପଙ୍କୋଦ୍ଧାର ଏକାଦଶୀ ନୀତି

ପୁରୀ: ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । କୋଭିଡ କଟକଣା ଭିତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହି ନୀତି ସମ୍ପନ୍ନ ହେବ । ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଜାରି ହୋଇଛି । ମନ୍ଦିରଠାରୁ ୨୦୦ମିଟର ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ କରାଯାଇଛି । ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୁଲିସ୍‌   ଫୋର୍ସ ମୁତୟନ ହେବେ ।

ବର୍ଷକରେ ପଙ୍କଉଦ୍ଧାର ଏକାଦଶୀ ଦିନ ମାନସିକଧାରୀଙ୍କ ସହ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି  । କିନ୍ତୁ ଏବର୍ଷ ଶ୍ରଦ୍ଧାଳୁଙ୍କ ଏହି ସୁଯୋଗ ମିଳିବ ନାହିଁ । ଫଙ୍କୋଦ୍ଧାର ନୀତି ପାଇଁ ୩ ଘଣ୍ଟା ଲାଗୁ ହେଉଥିବାରୁ ଏଥର ଅଧିକ ସମୟ ଲାଗିବ । ଦିନ ୨ଟା ପରେ ସର୍ବସାଧାରଣ ଦର୍ଶନ କରିପାରିବେ ।

Leave A Reply

Your email address will not be published.