Latest Odisha News

BREAKING NEWS

OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କନିଶନ ବା OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ଭୁବନେଶ୍ୱରରେ ୬ଟି ସ୍ଥାନରେ ରେଡ୍ ହୋଇଛି । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ସାମିଲ ଅଛନ୍ତି ।

ଚଢ଼ାଉ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି ବିରଞ୍ଚି ନାରାୟଣ ସାହୁଙ୍କର ଦୁଇଟି ଦୁଇ ମହଲା କୋଠା, ୯ଟି ପ୍ଲଟ୍ ରହିଛି । ତାଙ୍କ ସମ୍ପର୍କୀୟଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।

ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ବି ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ସୂଚନା ମିଳିଛି । ଏବେ ବି ଚଢ଼ାଉ ଜାରି ରହିଛି । ରେଡ୍ ସରିବା ପରେ ଜଣା ପଡ଼ିବ କେତେ ଆୟ ବହିର୍ଭୂତ ସମ୍ପତ୍ତି ସେ ଠୁଳ କରିଛନ୍ତି ।

Leave A Reply

Your email address will not be published.