Latest Odisha News

BREAKING NEWS

କୋଟିପତି ଏଆରଟିଓଙ୍କ ଘରେ ରେଡ୍, ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଉଡିଲା ହୋସ୍

ଲକ୍ଷ୍ନୌ: ଭିଜିଲାନ୍ସ ଜାଲରେ ଉତ୍ତର ପ୍ରଦେଶର ପୂର୍ବତନ ସହାୟକ ଆଞ୍ଚଳିକ ପରିବହନ ଅଫିସର(ଏଆରଟିଓ) ଲଳିତ କୁମାର । ତାଙ୍କ ଘରେ ଚଢଉ ବେଳେ ବେଆଇନ ସମ୍ପତ୍ତି ଠାବ ହୋଇଛି । ଘରୁ ତାଙ୍କର ବିଡା ବିଡା ନଗଦ ଟଙ୍କା ସହ, ମିଳିଛି ପୁଳାପୁଳା ସୁନା, ରୁପା ଓ କିଛି ହୀରା । ଯାହା ଦେଖି ଭିଜିଲାନ୍ସ ଟିମ୍ ର ଆଖି ଖୋସି ହୋଇଯାଇଛି ।

ଆଗ୍ରାରେ ଦିନେ ଏଆରଟିଓ ଭାବେ କାମ କରୁଥିବା ଲଳିତ କୁମାର ସାହିବଙ୍କ ଲକ୍ଷ୍ନୌ ସ୍ଥିତ ଘରୁ ମିଳିଛି ୧୩ କେଜି ସୁନା, ଏବଂ ୯ କେଜି ରୂପା ଓ କିଛି ହୀରା ମିଳିଛି । ଘରେ ଭିତରେ ଏହି କୋଟିପତି ଏଆରଟିଓ ବାବୁ ଜଣଙ୍କ ଗୁପ୍ତ ଭାବେ ବିଭିନ୍ନ ସ୍ଥାନରେ ରଖିଥିବା ନଗଦ ୧.୬୨ କୋଟି ଟଙ୍କାକୁ ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।ଅନୁସନ୍ଧାନରୁ ସମୁଦାୟ ୩୫ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି ।

ଏହା ସହ ଲଲିତ କୁମାରଙ୍କ ନିକଟରୁ ଦୁଇଟି ଦାମୀ କାର, ବନ୍ଧୁକ ଓ ଏକ କୋଟି ଟଙ୍କାର ବ୍ୟାଙ୍କ ଜମା ଏବଂ ନିବେଶ ସମ୍ପର୍କିତ କାଗଜ ପତ୍ର ମଧ୍ୟ ଜବତ କରିଛନ୍ତି । ଜବତ ହୋଇଥିବା ସୁନା, ହୀରା ଓ ରୁପାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ଅଧିକାରୀମାନେ କହିଛନ୍ତି ।

ତେବେ ଲଲିତ କୁମାରଙ୍କ ନାଁରେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ୨୦୨୪ରେ ମାମଲା ହୋଇଥିଲା । ସେବେଠାରୁ ତାଙ୍କ ବିରୋଧରେ ତଦନ୍ତ ଚାଲିଥିଲା ବୋଲି ଭିଜିଲାନ୍ସ ଅଧିକାରୀ ମାନେ କହିଛନ୍ତି ।

Leave A Reply

Your email address will not be published.