Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ

ଅନୁଗୋଳ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଅନୁଗୋଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । କନିଷ୍ଠ ଯନ୍ତ୍ରୀଙ୍କ ନାଁ ବସନ୍ତ କୁମାର ବସ୍ତିଆ । ଏକକାଳୀନ 4ଟି ସ୍ଥାନରେ ରେଡ୍ କରାଯାଉଛି।

ବସନ୍ତ ବସ୍ତିଆଙ୍କ ବଇଣ୍ଡା ଅନ୍ତର୍ଗତ ବଡହୁଲାରେ ଥିବା ଅଫିସ, ସରକାରୀ ବାସଭବନରେ ଚଢ଼ାଉ କରାଯାଇଛି । ସେହିପରି କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ଶୀଥଳ ସ୍ଥିତ ବାସଭବନ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି କଟକ ଭିଜିଲାନ୍ସ ଟିମ୍ । ଶୀଥଳରେ ତାଙ୍କର ଗୋଟିଏ ଦୁଇ ମହଲା ଓ ଗୋଟିଏ ଚାରି ମହଲା କୋଠା ରହିଛି । ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ରହିଛି ।

Leave A Reply

Your email address will not be published.