Latest Odisha News

BREAKING NEWS

ଜମନକିରା ଲ୍ୟାମ୍ପସ ଏମଡିଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ୱଲପୁର ଜିଲ୍ଲା ଜମନକିରା ଲ୍ୟାମ୍ପସ ଏମଡି ଫଣୀନ୍ଦ୍ର ସାହୁ । ତାଙ୍କ ଘରେ ରେଡ୍ ବେଳେ ଭିଜିଲାନ୍ସ ନଗଦ ୨ ଲକ୍ଷ ୩୬ହଜାର ୮୭୦ ଟଙ୍କା ଜବତ କରିଛି । ୪ଟି ଚାରି ଚକିଆ ଗାଡ଼ି ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଠାବ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫଣୀନ୍ଦ୍ରଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ।

ସମ୍ୱଲପୁରର ଧନକଉଡ଼ାରେ ଘର ରହିଛି । ସେହିପରି ଧନୁପାଲୀରେ ଭଡ଼ା ଘର, ଜମନକିରାରେ ସମ୍ପର୍କୀୟଙ୍କ ଘର, ସୁନ୍ଦରଗଡ଼ ଜିଲ୍ଲା ବରଗାଁ ଥାନା ଅନ୍ତର୍ଗତ ପଞ୍ଚରାରେ ଶ୍ୱଶୁର ଘର ଓ ଜମନକିରା ସ୍ଥିତ ଲ୍ୟାମ୍ପସ୍ ଅଫିସରେ ରେଡ୍ ହୋଇଛି ।

ଚଢ଼ାଉରେ ଭିଜିଲାନ୍ସର ୩ ଜଣ ଡିଏସପି, ୪ ଜଣ ଇନିସ୍ପେକ୍ଟର ଓ ୪ ଜଣ ଏଏସଆଇ ସାମିଲ ଅଛନ୍ତି । ଆଗକୁ ହିସାବ ପରେ ଜଣା ପଡ଼ିବ ଲ୍ୟାମ୍ପସ୍ ଏମଡି ଫଣୀନ୍ଦ୍ର ସାହୁ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ।

Leave A Reply

Your email address will not be published.