Latest Odisha News

BREAKING NEWS

ତୃତୀୟ ଦିନରେ ବି ମମିତା ଝଡ଼ : ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ବର: ଆଜି ତୃତୀୟ ଦିନରେ ବି ଚାଲି ପାରିଲାନି ଗୃହ । ଆରମ୍ଭରୁ ଗୃହରେ ମମିତା ଝଡ଼ ।  ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବି ଗୃହରେ ମମିତା ଝଡ଼ ଉଠିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଲଗାତାର  କଂଗ୍ରେସ ଓ ବିଜେପି ସଦସ୍ୟ ହଟଗୋଳ କରିଥିଲେ । ଏହାଫଳରେ, ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ବିଧାନସଭାକୁ  ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ପ୍ଲାକାଡ଼ ଧରି ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ।  ମମିତା ମେହେର ମାମଲାକୁ ନେଇ ଆଜି ବିଧାନସଭାରେ ବିଜେପି ପ୍ରତିବାଦ କରିଛି । ପବିତ୍ର ଗୃହକୁ, ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବାରୁ ଗୃହ ଅପବିତ୍ର ହୋଇଯାଇଥିବା କହିଛି ବିଜେପି । ତେଣୁ ଗୃହକୁ ପବିତ୍ର କରିବା ପାଇଁ ବିଜେପି ବିଧାୟକମାନେ ବିଧାନସଭା ପରେ ଗଙ୍ଗା ଜଳ ଏବଂ ଗୋବର ପାଣି ସିଞ୍ଚନ କରି ଅଭିନବ ପ୍ରତିବାଦ ଜଣାଇଛନ୍ତି ।

ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ ଅଚଳାବସ୍ଥା ଜାରି ରହିଥିଲା । ଗୁରୁବାର ଦିନ ଗୃହରେ ବିରୋଧୀମାନେ ଏମିତି ହଙ୍ଗାମା କରିଥିଲେ ଯେ ଆଦୌ ଗୃହ କାର୍ଯ୍ୟ ସମ୍ଭବ ହୋଇ ନ ଥିଲା । ପ୍ରଥମାର୍ଦ୍ଧରେ ଗୋଟିଏ ମିନିଟ୍ ଗୃହ ଚାଲିଥିଲା ବେଳେ ଦ୍ବିତୀୟାର୍ଦ୍ଧରେ ୧୩ ମିନିଟ୍‌ ଭିତରେ ଗୃହ କାର୍ଯ୍ୟ ସୀମିତ ରହିଥିଲା ।

ସେପଟେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ପାୱାର ହାଉସ ଛକରେ ବିଜେଡି ମହିଳା ମୋର୍ଚ୍ଚା ଆନ୍ଦୋଳନ କରୁଛି । ଶତାଧିକ ମହିଳା ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତିନି ଦିନ ଧରି ଗ୍ୟାସ ଓ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିକ୍ଷୋଭ କରୁଛି । ବିଗତ ଦୁଇ ଦିନ ଧରି ରାଜଭବନ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଥିଲା ।

 

Leave A Reply

Your email address will not be published.