Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ, ଗାଡ଼ିରୁ ବାହାରିଲା ୨ଲକ୍ଷ ୭୭ ହଜାର ଟଙ୍କା

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ତାଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ସିଡିଭିଓ ତ୍ରିଲୋଚନ ଧଳ । ଟଙ୍କା ଧରି କଟକ ଯାଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।

ତ୍ରିଲୋଚନ ଧଳଙ୍କ ନୂଆପଡ଼ା ସ୍ଥିତ ସରକାରୀ ବାସଭବନ, କାର୍ୟ୍ୟାଳୟ ଓ କଟକ ନରାଜ ସ୍ଥିତ ପୈତୁକ ଘରେ ଏକକାଳୀନ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । କୋରାପୁଟ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ରେଡରେ ସାମିଲ ଅଛନ୍ତି କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ ।

ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ କେତେ ସମ୍ପତ୍ତି ମିଳିଛି ଓ କଣ ସବୁ ଜବତ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ । ଏବେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ ବଡ଼ ସରକାରୀ ଅଧିକାରୀ ଫସୁଛନ୍ତି ।

Comments are closed.