ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଜିଲାର ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ପାଖରୁ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଛି। ପ୍ରାୟ ୨୦ ବର୍ଷ ହେଲା ଗୋଟିଏ ସ୍ଥାନରେ ଚାକିରି କରୁଥିବା ସାହୁଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା। ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ୱାରେଣ୍ଟ ବଳରେ ଭିଜିଲାନ୍ସର ପକ୍ଷରୁ ଚଢ଼ଉ ହୋଇଥିଲା । ବୁଗୁଡା ସ୍ଥିତ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ବିଜୟ ବିହାର ଦ୍ବିତୀୟ ଲେନ୍ରେ ଥିବା ୩ ମହଲା କୋଠା, ନିଳାଦ୍ରୀବିହାର ପ୍ରଥମ ଲେନରେ ଥିବା ଦୁଇ ମହଲା କୋଠା, ଗୋବିନ୍ଦ ବିହାର ନବମ ଲେନ ସ୍ଥିତ ସହଯୋଗୀଙ୍କ ବାସଭବନ, ଶକ୍ତିନଗର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ବାସଭବନ, ବୁଗୁଡା ନୂଆସାହି ସ୍ଥିତ ନିଜ ବାସଭବନ, ବାଲିପିଣ୍ଡି ସାହି ସ୍ଥିତ ଘରର ଚାକରଙ୍କ ବାସଭବନ ଭଳି ୯ଟି ସ୍ଥାନରେ ଚଢଉ ହୋଇଛି। ତାଙ୍କ ନିକଟରୁ ନଗଦ ୧ ଲକ୍ଷ ୩୮ ହଜାର ଟଙ୍କା ସହିତ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୮୫ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା, ୮ ଲକ୍ଷ ୩୫ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର, ୧୧ ଲକ୍ଷ ୪୮ ହଜାର ଟଙ୍କାର ଆସବାବପତ୍ର, ୧୦ ଲକ୍ଷ ଟଙ୍କାର ଏକ କାର, ୩ଟି ମୋଟରସାଇକଲ ମିଳିଛି। ସେହିଭଳି ବିଜୟବିହାର ସ୍ଥିତ ବାସଭବନର ମୂଲ୍ୟ ୧ କୋଟି ୩୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନିଳାଦ୍ରୀବିହାର ଓ ବ୍ରହ୍ମପୁରରେ ଥିବା ୨ ଟି ପ୍ଳଟ୍ର ମୂଲ୍ୟାୟନ ଚାଲିଥିବା ସୂଚନା ମିଳିଛି। ଏହି ଚଢଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ସମେତ ୪ ଜଣ ଡିଏସପି, ୯ ଇନ୍ସପେକ୍ଟର ସାମିଲ ହୋଇଥିଲେ।
BREAKING NEWS
- ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହେଲା ହୀରକ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି
- ଭାରତର ଏକମାତ୍ର ଗଣତନ୍ତ୍ର ଦିବସ ଯେଉଁଥିରେ ଜଣେ ପାକିସ୍ତାନୀ ନେତା ହୋଇଥିଲେ ମୁଖ୍ୟ ଅତିଥି…
- Munir’s army: ପିଲା ଏବଂ ମହିଳାଙ୍କୁ ଅପହରଣ କରୁଛି ପାକିସ୍ତାନ ସୁରକ୍ଷା ବାହିନୀ? ପାକ୍ ବିରୋଧରେ ଜୋରଦାର ପ୍ରତିବାଦ
- ଫେବୃଆରୀରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ; ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି…
- Caravan Bus: କୋଣାର୍କରୁ ଗଡିଲା କାରାଭାନ ବସ୍, ପର୍ଯ୍ୟଟକଙ୍କୁ ଦେବ ବିଳାସପୂର୍ଣ୍ଣ ଅନୁଭୂତି
- ମୋହସିନ୍ ନକଭିଙ୍କ ବୟାନକୁ ନେଇ ଆଇସିସିର ଚେତାବନୀ; ଟି-୨୦ ବିଶ୍ୱକପରୁ ବାହାରିଲେ…
- ସାବଧାନ! ୧୪ କୋଟିରୁ ଅଧିକ ଉପଭୋକ୍ତାଙ୍କ ତଥ୍ୟ ଲିକ୍; ବିପଦରେ ଆପଣଙ୍କ Gmail, Facebook, Instagram, ଏବଂ Netflix ଆକାଉଣ୍ଟ୍!
- Republic Day: କୋରାପୁଟରେ ହଟିଲା ଆମିଷ ବିକ୍ରି କଟକଣା…
- Kedarnath Yatra 2026: ୨୦୧୩ ବନ୍ୟା ପରେ, ପୁଣି କେଦାରନାଥରେ ଖୋଲିବ ପାରମ୍ପରିକ ପଦଯାତ୍ରା ପଥ, ଏଣିକି ସହଜରେ ଯିବେ ଭକ୍ତ…
- Tejashwi Yadav: ଆରଜେଡି କାର୍ଯ୍ୟକାରୀ ସଭାପତି ତେଜସ୍ୱୀ ଯାଦବ, ବୈଠକରେ ହେଲା ନିଷ୍ପତ୍ତି…
Comments are closed.