ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ପ୍ରତିଷ୍ଠାତା ନିର୍ଦେଶକ ପ୍ରଫେସର କେ. ଭେଙ୍କେଟ ରମଣ ଚାରୀ(୬୮)ଙ୍କ ଶୁକ୍ରବାର ଅପରାହ୍ନ ୩ଟା ୧୫ ବେଳେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ବିଷୟରେ ଆଇଜର ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ସେ ଆମେରିକାରେ ଥିବା ବେଳେ ତାଙ୍କର ହୃଦଘାତରୁ ପରଲୋକ ହୋଇଥିବା କୁହାଯାଉଛି। ୨୦୧୭ ଅକ୍ଟୋବର ୧୦ ତାରିଖରେ ବ୍ରହ୍ମପୁରରରେ ଆଇଜର ପ୍ରତିଷ୍ଠା ହୋଇଥିବା ବେଳେ ପ୍ରଫେସର ଚାରୀ ଏହାର ପ୍ରଥମ ନିର୍ଦେଶକ ଭାବେ ଯୋଗ ଦେଇଥିଲେ। ଜଣେ ରସାୟନ ବିଜ୍ଞାନୀ ଭାବେ ସେ ବହୁ ଗବେଷଣା କରିଥିଲେ। ତାଙ୍କର ପତ୍ନୀ ଓ ଦୁଇ ପୁଅ ରହିଛନ୍ତି। ତାଙ୍କ ମୃତ୍ୟୁରେ ଆଇଜର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ ଖେଳିଯାଇଛି।
BREAKING NEWS
- ଗୁପଚୁପ ଓ ଟିକ୍କି ଖାଇ ୧୦୦ ଜଣ ଅସୁସ୍ଥ, ସମସ୍ତେ ମେଡିକାଲରେ ଭର୍ତ୍ତି
- ଆଲୋକର ପର୍ବ ‘ଦୀପାବଳି’ରେ ଅଘଟଣ: ଦୁର୍ଘଟଣାରେ ଚାଲିଗଲା ୩ ଜୀବନ
- ସଡ଼କ ସୁରକ୍ଷାରେ ହେବନି କୌଣସି ବୁଝାମଣା; ନିୟମ ଉଲ୍ଲଂଘନକାରୀ ଚାଳକଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଆପଣାଇବ CRUT
- ଦୀପାବଳିରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ
- ଶ୍ରୀନଗରର ଲାଲଚୌକରେ ଲାଗିଲା ୪ ଆତଙ୍କବାଦୀଙ୍କ ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର
- କଟାମୁଣ୍ଡ ହତ୍ୟା ଘଟଣା: ୪ ଦିନ ପରେ ନାଳରୁ ମିଳିଲା ଶରୀରର ଅଂଶ
- ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ଦୁର୍ବୃତ୍ତମାନେ ଫେରାର
- ପୋଲିସର ମେଗା ପ୍ରସ୍ତୁତି: ପର୍ବପର୍ବାଣୀରେ ଅପରାଧୀଙ୍କ ଉପରେ କଡା ନଜର
- Cold Wave: ଜାଡରେ ଥରିବ ରାଜ୍ୟ! ଓଡିଶାରେ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ ଖସିବ ପାରଦ!
- US Disables Cargo Ship: ଚେତାବନୀକୁ ଅଣଦେଖା କରିବା ପଡ଼ିଲା ମହଙ୍ଗା, ଓମାନ ଉପସାଗରରେ ଜାହାଜ ଉପରେ ଆମେରିକାର ବୋମାମାଡ଼
Comments are closed.