କଟକ: ରାଜ୍ୟ ସଶସ୍ତ୍ର ପୋଲିସର ଜଣେ କମାଣ୍ଡାଣ୍ଟଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ। ବିଶ୍ୱସ୍ତ ସୂଚନା ଆଧାରରେ ଶନିବାର ସନ୍ଧ୍ୟାରେ ଭିଜିଲାନ୍ସର ଏକ ଟିମ୍ ଢେଙ୍କାନାଳର ପ୍ରଥମ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରାଙ୍କୁ ସିଡିଏ ସେକ୍ଟର-୧୧ସ୍ଥିତ ମଧୁସୂଦନ ସେତୁ ନିକଟରେ ଅଟକାଇ ତାଙ୍କ ଅଫିସ ଗାଡିରେ କଟକ ଆସୁଥିବା ବେଳେ ଅଟକାଇଥିଲା।
ଯାଞ୍ଚ ସମୟରେ ଭିଜିଲାନ୍ସ ତାଙ୍କ ନିକଟରୁ ୧ ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ କରିଛି। ସୁନୀଲ ବେହେରା ସନ୍ତୋଷଜନକ ଭାବେ ନଗଦ ଅର୍ଥର ହିସାବ ଦେଇ ନ ପାରିବାରୁ ତାଙ୍କ ନିକଟରୁ ଟଙ୍କା ଜବତ କରାଯାଇଛି।
ଏହା ପରେ କଟକରେ ଥିବା ତାଙ୍କ ଘରେ ଚଢ଼ଉ ବେଳେ ୮ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୧୦ ଲକ୍ଷ ୧ ହଜାର ୫୩୫ ଟଙ୍କା ନଗଦ ଜବତ ହୋଇଛି। ଅଟକ ପରେ ଭିଜିଲାନ୍ସ ପକ୍ଷରୁ ସୁନୀଲ ବେହେରାଙ୍କ ୫ଟି ସ୍ଥାନରେ ଥିବା ସମ୍ପତ୍ତି ଉପରେ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଛି। କେଉଁଠୁ ଟଙ୍କା ଆସୁଛି ତାହା ଜାଣିବା ପାଇଁ ତାଙ୍କୁ ପଚରାଉଚରା କରାଯାଉଛି।
Comments are closed.