Latest Odisha News

ଭିଜିଲାନ୍ସ ଜାଲରେ ମହାବିରୋଡ଼ ଫାଣ୍ଡି ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢ଼େଙ୍କାନାଳ ଜିଲ୍ଲାର ମହାବିରୋଡ଼ ଫାଣ୍ଡି ଅଧିକାରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ୭ଟି ଘର ଓ ଫାର୍ମ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

BjdElectrycity

ସୂଚନା ଅନୁଯାୟୀ, ପରଜଙ୍ଗ ପୁଲିସ ଥାନା ଅଧିନରେ ଥିବା ମହାବିରୋଡ଼ ଫାଣ୍ଡି ଅଧିକାରୀ ଏସଆଇ ସମରେନ୍ଦ୍ର ସାମଲଙ୍କ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଛି। ୭ଟି ସ୍ଥାନରେ ୩ଜଣ ଡ଼ିଏସପି, ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ୮ଟି ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରିଛନ୍ତି।

ଢ଼େଙ୍କାନାଳର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଦେଶ ବଳରେ ମହାବିରୋଡ଼ ଫାଣ୍ଡି ଅଧିକାରୀଙ୍କ ଢ଼େଙ୍କାନାଳ ସହରରେ ୨ଟି ଦୁଇମହଲା କୋଠ, ଗଁଦିଆ ଥାନା ଅନ୍ତର୍ଗତ ଫାର୍ମ ହାଉସ୍, ପ୍ରାୟ ୩୦୦ଗ୍ରାମ ସୁନା ଏବଂ ନଗଦ ଏକ ଲକ୍ଷ ଟଙ୍କାର ଏଯାଏଁ ସନ୍ଧାନ ମିଳିଛି। ବର୍ତ୍ତମାନ ସୁଦ୍ଧା ମହାବିରୋଡ଼ ଫାଣ୍ଡି ଅଧିକାରୀଙ୍କ ସମ୍ପତ୍ତିର ଆକଳନ ଚାଲିଛି।

Leave A Reply

Your email address will not be published.