Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଇଲେକ୍ଟ୍ରିକାଲ୍ ସେକ୍ସନର କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସ୍ୱାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଚଣ୍ଡିଖୋଲ ଅନ୍ତର୍ଗତ ସୁନଗୁଡା ଗ୍ରାମର ଚିତ୍ତରଞ୍ଜନ ନାଏକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଥିଲା ।

ଅଭିଯୋଗକାରୀଙ୍କ କହିବାନୁସାରେ, ରେସିଡେନସିଆଲ୍ ଘରର ଅତି ନିକଟରେ ରହିଥିବା ଏକ ୧୧ କେଭି ଲାଇନ୍ ତାରକୁ ସ୍ଥାନାନ୍ତରିତ କରାଇଦେବା ସେ ଯନ୍ତ୍ରୀଙ୍କୁ କହିଥିଲେ । ହେଲେ ଏଥିପାଇଁ ସେ ତାଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।

ଯାହାପରେ ଶ୍ରୀ ନାଏକ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ପରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସର ଯାଜପୁର ୟୁନିଟର ଅଧିକାରୀମାନେ ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଥିଲେ । ଆହୁରି ମଧ୍ୟ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ।

Leave A Reply

Your email address will not be published.