Latest Odisha News

BREAKING NEWS

ଚୀନର ମୁଖପତ୍ର ଗ୍ଲୋବାଲ ଟାଇମ୍ସର ବାହାସ୍ପୋଟ, ଯୁଦ୍ଧ ହେଲେ ଅଟଳ ଟନେଲ ଧ୍ୱଂସ କରିଦେବୁ

ନୂଆଦିଲ୍ଲୀ: ଚୀନର ମୁଖପତ୍ର ଭାବେ ବିବେଚନା କରାଯାଉଥିବା ଗ୍ଲୋବାଲ ଟାଇମ୍ସ ପୁନର୍ବାର ବାହାସ୍ପୋଟ ମାରିଛି । ଏହି ଖବର କାଗଜରେ ପୂର୍ବରୁ ଭାରତ ବିପକ୍ଷରେ ଅନେକ ବିଭ୍ରାନ୍ତକର ଓ ତଥ୍ୟ ବିହୀନ ଖବର ପ୍ରକାଶ ପାଇସାରିଛି । ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି ଯଦି ଯୁଦ୍ଧ ହୁଏ ତାହାହେଲେ ଅଟଳ ଟନେଲ ଭାରତକୁ ବିଶେଷ ସହାୟତା ପ୍ରଦାନ କରିବ ନାହିଁ । ଚୀନ ପ୍ରଥମେ ଏହି ଟନେଲକୁ ଉଡାଇଦେବା ପାଇଁ ଉଦ୍ୟମ କରିବ । ଭାରତ ସଞ୍ଜମତା ପ୍ରଦର୍ଶନ କଲେ ସବୁ କିଛି ଏଡାଇ ହେବ ବୋଲି ଏଥିରେ ଲେଖାଯାଇଛି ।

ତେବେ ଚୀନ ମୁଖପତ୍ରର ଧମକ ନେଇ ଅନ୍ତର୍ଜାତୀୟସ୍ତରରେ ଆଲୋଚନା ଜୋର ଧରିଛି । ତେବେ ଭାରତୀୟ ଇଂଟେଲଜେନ୍ସ ଏଜେନ୍ସିକୁ ମିଳିଥିବା ରିପୋର୍ଟ ଅନୁସାରେ ଅଟଳ ଟନେଲ ନେଇ ଚୀନ ଚିନ୍ତାରେ ରହିଛି ।

Leave A Reply

Your email address will not be published.