Latest Odisha News

BREAKING NEWS

ଆର୍ୟନ୍‌ଙ୍କ ଗିରଫଦାରୀକୁ ନେଇ ଶେଖର ଭାବପୂର୍ଣ୍ଣ ପ୍ରତିକ୍ରିୟା

ମୁମ୍ବାଇ: ଅକ୍ଟୋବର ୨ ତାରିଖ ରାତିରେ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟିରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ଙ୍କ ପୁଅ ଆର୍ୟନ୍‌ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିବା ପରେ ଅଭିନେତା ଶେଖର ସୁମନ ଶାହରୁଖଙ୍କ ସପକ୍ଷରେ ବାହାରିଛନ୍ତି।

ଶେଖର ଟ୍ୱିଟର ହ୍ୟାଣ୍ଡେଲକୁ ନେଇ ଶେଖର ଲେଖିଛନ୍ତି, “ମୁଁ ଶାହାରୁଖ୍‌ ଖାନ ଏବଂ ଗୌରୀ ଖାନଙ୍କ ସପକ୍ଷରେ ଅଛି। ମୁଁ ଜଣେ ପିତାମାତା ଭାବରେ ତାଙ୍କ ଉପରେ କ’ଣ ବିତୁଥିବ ମୁଁ ବୁଝିପାରୁଛି। ପିତାମାତାମାନେ ଏହି ପ୍ରକାର ଯନ୍ତ୍ରଣା ଭୋଗିବା ସହଜ ନୁହେଁ।”

“ଯେତେବେଳେ ମୁଁ ୧୧ ବର୍ଷ ବୟସରେ ମୋର ବଡ ପୁଅ ଆୟୁଷଙ୍କୁ ହରାଇଥିଲି, ସେତେବେଳେ ଶାହାରୁଖ ଖାନ ଏକମାତ୍ର ଅଭିନେତା ଯିଏ କି ଫିଲ୍ମ ସିଟିରେ ସୁଟିଂ କରୁଥିବା ସମୟରେ ବ୍ୟକ୍ତିଗତ ଭାବେ ମୋ ପାଖକୁ ଆସିଥିଲେ, ମୋତେ ଆଲିଙ୍ଗନ କରିଥିଲେ ଏବଂ ସମବେଦନା ଜଣାଇଥିଲେ।

Leave A Reply

Your email address will not be published.