Latest Odisha News

BREAKING NEWS

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରୁ ୧୬ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗ ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ରେଡ୍ ଚାଲିଛି । ଯାଞ୍ଚ ବେଳେ ଘରୁ ମିଳିଲା ୧୬ଲକ୍ଷ ୭୦ ହଜାର ଟଙ୍କା । ବିଡ଼ା ବିଡ଼ା ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରାଯାଉଛି ।

ବ୍ରହ୍ମପୁର ଗଜପତିନଗରରେ ଥିବା ୨ଟି ବିଲ୍ଡିଂ, ଭୁବନେଶ୍ୱର ଏମ୍ସ ନଗରରେ ଥିବା ଘର, ଛତ୍ରପୁରରେ ପୈତୃକ ଘର ଓ ବ୍ରହ୍ମପୁର ଅଫିସରେ ଚଢ଼ାଇ ଜାରି ରହିଛି । ଚଢ଼ାଉ ବେଳେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିଜିଲାନ୍ସକୁ ସହଯୋଗ କରି ନଥିବା ଅଭିଯୋଗ ହୋଇଛି ।

ସର୍ଚ୍ଚ ଓ୍ୱାରେଣ୍ଟ ଦେଖାଇବା ସତ୍ତ୍ୱେ ଘର ଭିତରକୁ ଭିଜିଲାନ୍ସ ଟିମ୍‌କୁ ଛାଡ଼ି ନଥିଲେ ବାପ ଓ ପୁଅ । ବ୍ରହ୍ମପୁରରେ ଜଗନ୍ନାଥ ସେଠୀ ଓ ଭୁବନେଶ୍ୱର ଘରେ ତାଙ୍କ ପୁଅ ଭିତରୁ କବାଟ ଖୋଲି ନଥିଲେ । କବାଟ ଭାଙ୍ଗି ଭିତରକୁ ପଶିଥିଲେ ଅଧିକାରୀ । ଉଭୟଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.