Latest Odisha News

BREAKING NEWS

ପିଚୁ ରାସ୍ତା ଖୋଳିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୌଣସି ରାସ୍ତାରେ ପିଚୁ ପଡୁଥିଲେ ମାସକ ମଧ୍ୟରେ କେହି ତାକୁ ଉଠାଇବାକୁ ପ୍ରୟାସ କରିପାରିବେନି । ଏପରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି ଏକ ଚେତାବନୀ ଦେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ । ମଙ୍ଗଳବାର ପ୍ରେସ ରିଲିଜ ଜରିଆରେ ଏପରି ଏକ ଚେତାବନୀ ଦେଇଛନ୍ତି ।

ବିଭିନ୍ନ ସମୟରେ ନିର୍ମାଣଧୀନ ରାସ୍ତା ଉପରେ ପିଚୁ ପଡିବାର କିଛି ଦିନ ପରେ ଲୋକେ କାମର ମାନ ଜାଣିବାକୁ ଚେଷ୍ଟା କରି ଖୋଳୁଥିଲେ। ତେଣୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଉଥିଲା । ଲୋକେ ଏପରି କରି ଯଦିଓ କାମର ମାନ କେମିତି ରହିଛି ଦର୍ଶାଇବାକୁ ଚାହୁଁଥିଲେ ହେଲେ କଂଟ୍ରାକ୍ଟରମାନେ ଅନେକ କ୍ଷେତ୍ରରେ ନାକେଦମ ହୋଇଛନ୍ତି । ଆଉ ବିବାଦ ବଢିବା ପରେ ଆଇନର ଆଶ୍ରୟ ନେଇଛନ୍ତି । ଏପରି ସ୍ଥିତିର ସାମ୍ନା କରିବା ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏପରି ଏକ ନିର୍ଦେଶନାମା ତଥା ଚେତାବନୀ ଦେଇଛି ବୋଲି କହିଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରେସ ରିଲିଜ ଜରିଆରେ କହିଛି ଯେ, କାମର ମାନ ଯାଞ୍ଚ ହେଉଛି । ଯେଉଁଠି ନିମ୍ନ ମାନର କାମ ହୋଇଥିବା ସେଠି କଣ୍ଟ୍ରାକ୍ଟର ନିଜ ପକେଟରୁ ପଇସା ଗଣି ପୁଣିଥରେ କାମ କରିବେ । ଏ ବାବଦରେ ଲୋକେ ମଧ୍ୟ ଅବଗତ ଥିବେ । କିନ୍ତୁ ନୂଆ ରାସ୍ତାରେ ପିଚୁ ପଡିବା ପରେ ହଠାତ ନଉଠାଇବାକୁ କିମ୍ବା ଖୋଳିବା ଉପରେ ରୋକ୍ ଲଗାଇଛି ବିଭାଗ । ଯନ୍ତ୍ରୀ କହିଛନ୍ତି, ପିଚୁ ଫେଭିକଲ ଭଳି ଅଠା ନୁହେଁ ଯାହା ମାଟି ଉପରେ ପଡିଲେ ପେଷ୍ଟ ଆକାରରେ ଲାଗିଯିବ । ଏଥିପାଇଁ ସମୟର ଆବଶ୍ୟକତା ରହିଛି ।

କିନ୍ତୁ ଅନେକ ସମୟରେ ଲୋକମାନେ ରାସ୍ତା କାମ ହେବା ପରେ ପରେ ପିଚୁ ଖୋଳି କାମର ମାନକୁ ଯାଞ୍ଚ କରିବାକୁ ଚେଷ୍ଟା କରୁଛନ୍ତି । ଏପରି ହେବା ଦ୍ୱାରା ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗୁଡୁଛି । ଯଦି କୌଣସି ସ୍ଥାନରେ କାମର ମାନକୁ ନେଇ ସନେ୍ଦହ ପ୍ରକାଶ ପାଉଛି ତାହେଲେ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲୋକେ ଜଣାଇବା ଠିକ୍ ହେବ ବୋଲି ଯନ୍ତ୍ରୀ ପ୍ରେସ ରିଲିଜ୍ ଜରିଆରେ କହିଛନ୍ତି ।

Comments are closed, but trackbacks and pingbacks are open.