ଚେନ୍ନାଇ: ଆଗାମୀ ଦୁଇ ସପ୍ତାହ ପାଇଁ ବିଜୟଙ୍କ ସମସ୍ତ ରାଲିଗୁଡ଼ିକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିବା ନେଇ ବୁଧବାର ଦିନ ଟିଭିକେ ଘୋଷଣା କରିଛି।
ଗତ ସେପ୍ଟେମ୍ବର ୨୭ରେ କରୁରରେ ଟିଭିକେ ମୁଖ୍ୟ ବିଜୟଙ୍କ ନେତୃତ୍ୱରେ ହୋଇଥିବା ଏକ ରାଲିରେ ଦଳାଚକଟା ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତେବେ ବିଜୟ ଶନିବାର “ମିଟ୍ ଦି ପିପୁଲ୍” ପ୍ରୟାସ ଆରମ୍ଭ କରିଥିଲେ ଯେଉଁଥିରେ ଏପର୍ଯ୍ୟନ୍ତ ସେ ତିରୁଚିରାପାଲି, ନମାକ୍କାଲ ଏବଂ କରୁର ଗସ୍ତ କରି ସାରିଛନ୍ତି।
ଏହି ଦୁର୍ଘଟଣାକୁ ନେଇ ଦଳ ନିଜର ସୋସିଆଲ ମିଡିଆ ସାଇଟରେ ଏକ ପୋଷ୍ଟ କରି ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ଆଗକୁ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ସ୍ଥଗିତ ରଖିଥିବା ନେଇ କୁହାଯାଇଛି। ଏହି କାର୍ଯ୍ୟକ୍ରମ ଗୁଡ଼ିକର ସଂଶୋଧିତ ବିବରଣୀ ପରେ ପ୍ରକାଶ କରାଯିବା ନେଇ ସୂଚନା ମିଳିଛି।
ଅଭିନେତା ବିଜୟ ମଙ୍ଗଳବାର ଅର୍ଥାତ୍ ସେପ୍ଟେମ୍ବର ୩୦ ରେ ଏକ ଭିଡିଓ ବାର୍ତ୍ତା ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ଏହି ଦୁର୍ଘଟଣାର ତଦନ୍ତ କରି ସତ୍ୟାସତ୍ୟ ନିଶ୍ଚିତ ପ୍ରକାଶିତ କରାଯିବ। ଏଥିସହିତ ସେ ତାଙ୍କ ଜୀବନରେ କେବେ ମଧ୍ୟ ଏପରି “ଦୁଃଖଦ ପରିସ୍ଥିତି”ର ସମ୍ମୁଖୀନ ହୋଇନଥିବା ମଧ୍ୟ କହିଥିଲେ। ତେବେ ସେ ଖୁବଶିଘ୍ର ପିଡିତ ଏବଂ ଆହତଙ୍କ ପରିବାରକୁ ଭେଟିବା ନେଇ ମଧ୍ୟ ସୂଚନା ଦେଇଛନ୍ତି।
Comments are closed.