Latest Odisha News

BREAKING NEWS

ରଶ୍ମିକା ଓ ବିଜୟଙ୍କ ବିବାହ କାର୍ଡ ଲିକ୍ !

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ଫେବୃଆରୀ ୨୬ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କ ବିବାହ କାର୍ଡ ଲିକ୍ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୂଚନା ମିଳିଛି।

ତେବେ ବିବାହ ସ୍ଥାନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ଉଭୟ ଉଦୟପୁରରେ ବିବାହ କରିବେ ବୋଲି କୁହାଯାଇଛି।ସେମାନଙ୍କ ବିବାହରେ ପରିବାର, ନିକଟତମ ବନ୍ଧୁ ଏବଂ ସମ୍ପର୍କୀୟମାନେ ଯୋଗ ଦେବେ ବୋଲି ସୂତ୍ରରୁ ଜଣାପଡିଛି।ତେବେ ଉଭୟଙ୍କର ବିବାହକୁ ନେଇ କିଛି ମାସ ହେବ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଥିବା ପରେ ମଧ୍ୟ ସେମାନେ ଏହାକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି ଓ ବିବାହ କାର୍ଯ୍ୟକ୍ରମ ଉଦୟପୁର କିମ୍ବା ବଞ୍ଜାରା ହିଲ୍ସରେ କରାଯିବା ନେଇ କୁହାଯାଉଛି।

ବିବାହର କାର୍ଯ୍ୟକ୍ରମ ହାଇଦ୍ରାବାଦରେ ମାର୍ଚ୍ଚ ୩ରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି। ପୂର୍ବରୁ ସେମାନେ ୨୦୨୫ ଅକ୍ଟୋବରରେ ନିର୍ବନ୍ଧ କରିଥିବା ଜଣାପଡ଼ିଛି। ଏହାବ୍ୟତୀତ ବିଜୟ ଦେବରକୋଣ୍ଡାଙ୍କୁ ତାଙ୍କ ଫିଲ୍ମ “ଦି ଗର୍ଲଫ୍ରେଣ୍ଡ”ର ସଫଳତା ପାର୍ଟି ସମୟରେ ରଶ୍ମିକାଙ୍କ ସହିତ ଠିଆ ହୋଇ ତାଙ୍କୁ ଉତ୍ସାହିତ କରୁଥିବା ସହ ଏକ ଭାଇରାଲ ଭିଡିଓରେ ବିଜୟ ରଶ୍ମିକାଙ୍କ ହାତକୁ ଚୁମ୍ବନ କରୁଥିବାର ମଧ୍ୟ ଦେଖାଯାଇଥିଲା।

 

Leave A Reply

Your email address will not be published.