Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫି ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ମଙ୍ଗଳବାର କ୍ୱାର୍ଟର ଫାଇନାଲ ମୁକାବିଲା ପରେ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଏବେ ଗୁରୁବାର ହେବାକୁ ଥିବା ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ ଓ ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା । ପଞ୍ଜାବ କ୍ୱାର୍ଟରଫାଇନାଲରେ ଶୋଚନୀୟ ଭାବେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ହରନୂର ସିଂ ୫୧, ପ୍ରଭସିମ୍ରନ ସିଂ ୮୮, ଅନମୋଲପ୍ରୀତ ସିଂ ୭୦ ଓ ନେହାଲ ୱାଧେରାଙ୍କ ୫୬ ରନ ସହାୟତାରେ ୩୪୫ ରନ ସଂଗ୍ରହ କରିଥିଲା । ଜବାବରେ ମଧ୍ୟପ୍ରଦେଶ ୩୧.୨ ଓଭରରେ ୧୬୨ ରନରେ ଅଲଆଉଟ ହୋଇ ଯାଇଥିଲା ।

ଅନ୍ୟ ଏକ କ୍ୱାର୍ଟରରେ ବିଦର୍ଭ ସହଜରେ ଦିଲ୍ଲୀକୁ ହରାଇ ଦେଇଛି । ବିଦର୍ଭ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୩୦୦ ରନ କରିଥିଲା । ଅଥର୍ବ ଟେଡ ୬୨ ଓ ୟଶ ରାଠୋର ୮୬ ରନର ଇନିଂସ ଖେଳିଥିଲେ । ଜବାବରେ ଦିଲ୍ଲୀ ୪୫.୧ ଓଭରରେ ୨୨୪ ରନ କରି ଅଲଆଉଟ ହୋଇ ଯାଇଥିଲା । ଅନୂଜ ରାୱତ ୬୬ ରନ କରିଥିଲେ । ନଚିକେତା ଭୂତେ ୪ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.