ମାଡ୍ରାସ: ସାଉଥ ସୁପରଷ୍ଟାର ଥାଲାପଥି ବିଜୟ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପଦାର୍ପଣ କରିଛନ୍ତି । ପ୍ରଶଂସକମାନେ ଏଥିନେଇ ବେଶ ଖୁସି ଅଛନ୍ତି । ଏପରିକି ଦିନକ ମଧ୍ୟରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ୨ଲକ୍ଷରୁ ଊର୍ଦ୍ଧ୍ୱ ହୋଇ ସାରିଛି । ପ୍ରତ୍ୟେକ ଘଂଟାରେ ଏହା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ରିଲିଜ ହୋଇଥିବା ବିଜୟଙ୍କ ଫିଲ୍ମ ଭାରିସୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରିଥିଲା । ଏବେ ସେ ଲିଓ ଚଳଚ୍ଚିତ୍ରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ବିଜୟଙ୍କ ଦେଶ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ସେମାନେ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି ।
ତେବେ ଏତେ ଦିନ ଧରି ବିଜୟ କାହିଁକି ଇନଷ୍ଟାଗ୍ରାମରେ ଯୋଗ ଦେଇ ନ ଥିଲେ ତାହା ସମସ୍ତଙ୍କୁ ଚକିତ କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ନିକଟତର ହେବା ଏବେ ବହୁତ ସହଜ ହେଉଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି ।
Comments are closed.