Latest Odisha News

ପୁରୁଣା ପେନସନ ଆନ୍ଦୋଳନର ପ୍ରଚାର ଓ ପ୍ରସାର ନିମନ୍ତେ ବିଜୟ ମଲ୍ଲ ରାଜ୍ୟ ଆବାହକ ଭାବେ ନିଯୁକ୍ତ

ବିଜୟ ମଲ୍ଲ ଏନଏମଓପିଏସର ରାଜ୍ୟ ଆବାହକ ଭାବେ ଘୋଷଣା

ଭୁବନେଶ୍ୱର : ବିଜୟ ମଲ୍ଲ ହେଲେ ଏନଏମଓପିଏସର ରାଜ୍ୟ ଆବାହକ । ପୁରୁଣା ପେନସନ ଯୋଜନା ପାଇଁ ଜାତୀୟ ଆନ୍ଦୋଳନ ତରଫରୁ ଓଡିଶାରେ ପୁରୁଣା ପେନସନ ଆନ୍ଦୋଳନର ପ୍ରଚାର ଓ ପ୍ରସାର କରିବା ପାଇଁ ବିଜୟ ମଲ୍ଲଙ୍କୁ ରାଜ୍ୟ ଆବାହକ ଭାବେ ନିଯୁକ୍ତ କରାଯାଇଛି । ସେହପରି ଇଫତେଖାର ଅହମ୍ମଦଙ୍କୁ ରାଜ୍ୟ ସଂଯୋଜକ ଭାବରେ ଏନଏମଓପିଏସିର ରାଷ୍ଟ୍ରୀୟ ମହାସଚିବ ଶ୍ରୀ ସ୍ଥିତ ପ୍ରଜନା ଜାତୀୟ କାର୍ଯ୍ୟନିର୍ବାହୀ କମିଟିର ଅନୁମୋଦନ କ୍ରମେ ନିଯୁକ୍ତି ପ୍ରଦାନ କରିଛନ୍ତି ।

ରାଜା ଆବାହକ ଭାବେ ନିଯୁକ୍ତି ପରେ ବିଜୟ କୁମାର ମଲ୍ଲ ନିଜର ପ୍ରତିକ୍ରିୟା ରଖିଥିଲେ ।ସେ କହିଥିଲେ ଓଡିଶାର ସବୁ କର୍ମଚାରୀ ସଙ୍ଗଠନ ସମସ୍ତେ ଏକତ୍ରୀତ ହୋଇ ଓଡିଶାରେ ୨୦୦୫ ମସିହାର ଜାନୁଆରୀ ମାସ ୧ ତାରିଖ ଠାରୁ ନିଯୁକ୍ତି ପାଇଥିବା ୩ ଲକ୍ଷ କର୍ମଚାରୀ ମାନଙ୍କ ଲାଗି ପୁରୁଣା ପେନସନ ଲାଗୁ କରିବା ପାଇଁ ସମସ୍ତେ ମିଳିିମିଶି କାମ କରିବେ ।

ଏହି ଅବସରରେ ବିଭିନ୍ନ କର୍ମଚାରୀ ସଂଘର ନେତୃତ୍ୱ ପ୍ରଭାତ ମହାନ୍ତି,ପୁରନ୍ଦର ନନ୍ଦ,ସୁଧାଂଶୁ ପତ୍ର,ପ୍ରଯୋତ୍ନ ବରାଳ, ପୂର୍ଣ୍ଣଚନ୍ଦ୍ର ଆଏଚ,ରଶ୍ମୀ ରଞ୍ଜନ ପାଢୀ, ରାଜେଶ ମହାନ୍ତି,ବ୍ରହ୍ମାନନ୍ଦ ମହାରଣା,ବଙ୍କିମ ସାଗର,ବିମଲ ଚୋଧୁରୀ,ଖଗେନ୍ଦ୍ର ପାଲ,ବିଭୂ ପ୍ରସାଦ ସାହୁ,ସୁଶାନ୍ତ ବେହେରା,ଅକ୍ଷୟ ମଲ୍ଲିକ, ରାଜେନ୍ଦ୍ର ମଲ୍ଲିକ, ଶ୍ରୀକାନ୍ତ ମିଶ୍ର,ଗୁରୁ ପ୍ରସାଦ ଦଲେଇ,ଶୁଭଜିତ୍ ପଢ଼ିଆରୀ, ବିଶ୍ଵଜିତ ବିଶ୍ଵାଳ,କ୍ଷିତିଶ ପଣ୍ଡା,ସ୍ମାରକ ସାହୁ, ମାନସ ପରିଡା, ଅକ୍ଷୟ ପାଢ଼ୀ,ପ୍ରଶାନ୍ତ ରାଉତରାୟ,କିଶୋର ପଟ୍ଟନାୟକ,ରାଜେଦ୍ର ମଲ୍ଲିକ,ଶ୍ୟାମେଳି ପଟ୍ଟନାୟକ,ସୁକନ୍ୟା ମହୁରୀ ,ଅନିତା ବେହେରା ଶୁଭେଚ୍ଛା ଜଣେଇଛନ୍ତି ।

 

Comments are closed.