Latest Odisha News

BREAKING NEWS

ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧୪ କୋଟି ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧୪ କୋଟିର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିର କହିବା ଅନୁସାରେ ବିଜୟ ମାଲ୍ୟାଙ୍କ ୩୨ avenue FOCH, ଫ୍ରାନ୍ସ ସମ୍ପତ୍ତି ଫ୍ରାନ୍ସ ଅଥରିଟି ପକ୍ଷରୁ ଜବତ କରାଯାଇଛି । ଫ୍ରାନ୍ସରେ ଜବତ କରାଯାଇଥିବା ସମ୍ପତ୍ତିର ମୂଲ୍ୟ ୧.୬ ମିଲିୟନ୍ ୟୁରୋ ବା ୧୪ କୋଟି ହେବ । ଆଣ୍ଟି ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତି ଜବତ କରାଯାଇଛି ।

କିଙ୍ଗ ଫିସର ଏୟାର ଲାଇନ୍ସ ବ୍ୟାଙ୍କ ଖାତାରୁ ବିଦେଶରୁ ବଡ଼ ଧରଣର ଅର୍ଥ ଉଠାଯାଇଥିବା ଯାଞ୍ଚ ବେଳେ ଜଣାପଡ଼ିଛି । ହଜାର ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇର ଅଭିଯୁକ୍ତ ବିଜୟ ମାଲ୍ୟା ଏବେ ବ୍ରିଟେନରେ ରହୁଛି । ମାର୍ଚ୍ଚ ୨୦୧୬ରୁ ବ୍ରିଟେନରେ ରହୁଛି ବିଜୟ ମାଲ୍ୟା । ବିଜୟ ମାଲ୍ୟାଙ୍କ ଶୀଘ୍ର ପ୍ରତ୍ୟାର୍ପଣ ନେଇ ବ୍ରିଟେନ ସରକାର ସହ ଲଗାତର ସଂପର୍କରେ ରହିଛନ୍ତି ଭାରତ ସରକାର ।

Leave A Reply

Your email address will not be published.