Latest Odisha News

BREAKING NEWS

ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟରେ ଖାରଜ

ଲଣ୍ଡନ: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଦେଇଛି । ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସର ଦୁଇ ବିଚାରପତି ଲର୍ଡ ଜଷ୍ଟିସ ଷ୍ଟିଫେନ ଇରୱିନ ଏବଂ ଜଷ୍ଟିସ ଏଲିଜାବେଥ ଲାଇଂଙ୍କ ଖଣ୍ଡପୀଠ ମାଲ୍ୟାଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ । ଏହି ସମୟରେ ମାଲ୍ୟା କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହାପରେ ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲଙ୍କ ନିକଟକୁ ଯିବ ବୋଲି ସୂଚନା ମିଳିଛି ।

ମାଲ୍ୟାଙ୍କ ନାଁରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି । ଏହି ଅଭିଯୋଗ ଆସିବା ପରେ ସେ ଭାରତରୁ ପଳାୟନ କରିଥିଲେ । ଚଳିତ ବର୍ଷ ଫେବୃୟାରୀରେ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ସେ ଆବେଦନ କରିଥିଲେ । ଅପରପକ୍ଷେ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ତଦନ୍ତ ସଂସ୍ଥା ଯଥା ସମ୍ଭବ ପ୍ରୟାସ ଚଳାଇଛି। ହେଲେ ଏପର‌୍ୟ୍ୟନ୍ତ ସଫଳ ହୋଇପାରି ନାହିଁ ।

Leave A Reply

Your email address will not be published.