Latest Odisha News

BREAKING NEWS

ଟମ୍ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍ ଡାଇଚଙ୍କ ଦେହାନ୍ତ

ପାରାଗୁଏ : କାର୍ଟୁନ୍ ସିରିଏଲ୍ ‘ଟମ୍ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍ ଡାଇଚଙ୍କ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର  ପାରାଗୁଏ ସ୍ଥିତ ଆପାର୍ଟମେଣ୍ଟରୁ ମୃତ ଦେହ ଉଦ୍ଧାର କରାଯାଇଥିଲା । ଜିନ୍‌ଙ୍କ ପୁରା ନାମ ୟୁଜିନି ମେରିଲ ଜିନ୍ । ଉତ୍ତର ଆମେରିକାରେ ପାଇଲଟ୍ ଟ୍ରେନିଂ ଏବଂ ସାମରିକ ପାଇଁ ଡ୍ରାଫ୍ଟମ୍ୟାନ୍ ଭାବରେ କାର‌୍ୟ୍ୟ କରୁଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ୧୯୪୪ ମସିହାରେ ଚାକିରିରୁ ବାହାର କରିଦିଆଯାଇଥିଲା । ଏହା ପରେ ସେ କଳା କ୍ଷେତ୍ରରେ କାମ କରିବା ଆରମ୍ଭ କରିଥିଲେ ଏବଂ ଆନିମେସନ୍ରେ କ୍ୟାରିୟର କରିଥିଲେ ।

୧୯୫୮ରେ ଚଳଚ୍ଚିତ୍ର ‘ସିଡନିଜ ଫ୍ୟାମିଲି ଟ୍ରି’ ଏବଂ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଜିନଙ୍କୁ ମୋଟ ଚାରିଟି ଓସ୍କାର ନାମାଙ୍କନ ମିଳିଥିଲା ​​। ସେ ୧୯୬୧ ମସିହାରେ ମୁନରୋ ଚଳଚ୍ଚିତ୍ର ପାଇଁ ଓସ୍କାର ସମ୍ମାନିତ ହୋଇଥିଲେ। ସେ କ୍ଲାସିକ୍ କାର୍ଟୁନ୍ ଚରିତ୍ର ଟମ୍ ଏବଂ ଜେରୀର ୧୩ ଟି ଏପିସୋଡ୍ ତିଆରି କରିଥିଲେ । ୧୯୪୦ ରେ ଏହି କାର୍ଟୁନ୍ ସିରିଜକୁ ୱିଲିୟମ୍ ହାନ୍ନା ଏବଂ ଜୋସେଫ୍ ବାର୍ବାରା ରଚନା କରିଥିଲେ । ଜିନ୍ ଏହାର ତୃତୀୟ ନିର୍ଦ୍ଦେଶକ ଥିଲେ ଏବଂ ସେ ଏହାକୁ ଲେଖିଥିଲେ।

Leave A Reply

Your email address will not be published.