Latest Odisha News

BREAKING NEWS

ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ ‘କଳ୍ପନାର ବାସ୍ତବତା’ର କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ : ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ “କଳ୍ପନାର ବାସ୍ତବତା”ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରରେ ସାଂସଦ ଭତୃହରି ମହତାବ, ଲେଖିକା ପ୍ରତିଭା ରାୟ, ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।

ପ୍ରକାଶନୀ ସଂସ୍ଥା ଗ୍ରନ୍ଥ ମନ୍ଦିର ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଓଡ଼ିଶାର ବରପୁତ୍ର ବର୍ଣ୍ଣନା କରାଯାଇଛି । ଓଡ଼ିଆ ସମାଜର ଭାରତୀୟ ମହାଜାତୀୟତା ଏବଂ ଓଡ଼ିଆ ଅସ୍ମିତା ସମେତ ସାରା ପୃଥିବୀକୁ ଭାରତବର୍ଷର ଅବଦାନ ଓ ଅନେକ ମୌଳିକ ପ୍ରବନ୍ଧ ସହ ଚର୍ଚ୍ଚା ଆଲୋଚନା ରହିଛି । ଏପରି ଏକ ବିରଳ ସୃଜନ ନିଶ୍ଚିତ ଭାବରେ ଓଡ଼ିଆ ଜନମାନସ ବିଶେଷ ଭାବରେ ଯୁବ ପୀଢିଙ୍କ ଦ୍ୱାରା ଆଦୃତ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

 

Leave A Reply

Your email address will not be published.