Latest Odisha News

BREAKING NEWS

ଅରୁଆ ଭାତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ….

ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଭାତ ପ୍ରମୁଖ ଖାଦ୍ୟ । ଭାତ ଖାଇବାକୁ ସମସ୍ତେ ଅଧିକ ପସନ୍ଦ କରିଥାଆନ୍ତି । ଅଧିକାଂଶ ଲୋକେ ଦିନରେ ଭାତ ଖାଇବା ସହ ରାତିରେ ଭାତ ଖାଇଥାଆନ୍ତି । କିଛି ଲୋକ ଉଷୁନା ଭାତ ଖାଉବାକୁ ଭଲ ପାଉଥିବା ବେଳେ ଅନ୍ୟ କିଛି ଲୋକ ଅରୁଆ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ଭାତରେ ଆପଣଙ୍କ ଶରୀରକୁ ଯୋଗାଇବା ପାଇଁ କୌଣସି ଅତ୍ୟାବଶ୍ୟକ ପୋଷକ ତତ୍ତ୍ବ ନାହିଁ  । ଯଦି ଆପଣ ଅଧିକ ପରିମାଣରେ ଅରୁଆ ଭାତ ଖାଉଛନ୍ତି ତେବେ ଯଥାଶୀଘ୍ର କମ୍ କରନ୍ତୁ କାରଣ ଆପଣଙ୍କ ଏହି ଅଭ୍ୟାସ ଅନେକ ରୋଗକୁ ଆମନ୍ତ୍ରଣ କରିପାରେ । ବିଶେଷ କରି ମଧୁମେହ ରୋଗୀଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ  । ତେବେ ଅରୁଆ ଭାତ ଖାଇବା ଦ୍ୱାରା ଜାଣନ୍ତୁ କେଉଁ ରୋଗ ହେବାର ଆଶଙ୍କା ରହିଛି…..

– ଅରୁଆ ଭାତ ଖାଇବା ଦ୍ବାରା ମଧୁମେହ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ଆପଣ ନିଜ ଖାଦ୍ୟ ତାଲିକାରେ ଅରୁଆ ଭାତକୁ ସାମିଲ କରନ୍ତୁ ନାହିଁ ।

-ଏକ ରିପୋର୍ଟ ଅନୁସାରେ ଅଧିକ ଅରୁଆ ଭାତ ଖାଇବା ଦ୍ବାରା ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ଆପଣ ଅରୁଆ ଭାତ ବ୍ୟବହାରକୁ କମ୍ କରନ୍ତୁ ନ ହେଲେ ଅନେକ ଖରାପ ପ୍ରଭାବର ସାମ୍ନା କରିପାରନ୍ତି ।

-ଯଦି ଆପଣ ମୋଟାପଣ କାରଣରୁ ହଇରାଣ ହେଉଛନ୍ତି ତାହେଲେ ତୁରନ୍ତ ଆପଣ ଅରୁଆ ଭାତ ଖାଇବା ବନ୍ଦ କରନ୍ତୁ। କାରଣ ଅରୁଆ ଭାତ ଖାଇବା ଦ୍ୱାରା ଓଜନ ବୃଦ୍ଧି କରିଥାଏ।

– ଅଧିକ ଅରୁଆ ଭାତ ଖାଇବା ଦ୍ବାରା ପୁଷ୍ଟିକର ଅଭାବର ଶିକାର ହୋଇପାରନ୍ତି । ଆପଣଙ୍କ ସ୍ବାସ୍ଥ୍ୟ ସ୍ଥିତି ଏବଂ ଆପଣଙ୍କ ବୟସ ଉପରେ ନିର୍ଭର କରେ କି ଆପଣ ଖାଦ୍ୟରେ କଣ ଗ୍ରହଣ କରିବେ। ମୁଖ୍ୟତଃ ବିଭିନ୍ନ ପ୍ରକାରର ଫଳ, ପନିପରିବା ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ୍। ତେବେ ଆପଣ ଅରୁଆ ଭାତ ଖାଇବା ବଦଳରେ ଉଷୁନା ଭାତ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ ହେବ।

-ଅରୁଆ ଭାତ ଖାଇବା ଦ୍ୱାରା ମେଟାବୋଲିକ୍ ସିଣ୍ଡ୍ରୋମର ସମସ୍ୟା ମଧ୍ୟ ହୋଇପାରେ। ଚେଷ୍ଚା କରନ୍ତୁ ମାସକୁ ଥରେ ଅରୁଆ ଭାତ ଖାଇବାକୁ ଏହା ଦ୍ବାରା ଆପଣ ମେଟାବୋଲିକ୍ ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ।

 

 

Leave A Reply

Your email address will not be published.