ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ତିଷ୍ଠିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ୫୩ ବର୍ଷ ତଳେ ୧୯୬୩ରେ ସମାନ ଭୁଲ କରିଥିଲା କଂଗ୍ରେସ । ସେ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଡିପି ମିଶ୍ର । ଜ୍ୟୋତିରାଦିତ୍ୟଙ୍କ ଜେଜେମାଆ ବିଜୟାରାଜେ ସିନ୍ଧିଆ ଛାତ୍ର ଆନ୍ଦୋଳନ ସମ୍ପର୍କରେ ତାଙ୍କୁ ଭେଟିବାକୁ ଆସିଥିଲେ । ଡିପି ମିଶ୍ରା ତାଙ୍କୁ ୧୫ ମିନିଟ ଅପେକ୍ଷା କରାଇଥିଲେ । ଏଥିରେ ବିଜୟାରାଜେ କ୍ଷୁବ୍ଧ ହୋଇ ପଡିଥିଲେ । ନିର୍ବାଚନ ପୂର୍ବରୁ ସେ ଇସ୍ତଫା ଦେଇଥିଲେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ । ନିର୍ବାଚନ ପରେ ବିଜୟାରାଜଙ୍କେୁ ସମର୍ଥନ କରି ୩୬ ବିଧାୟକ ପଦ ଛାଡିଥିଲେ । ଉପରୋକ୍ତ ବିଧାୟକଙ୍କ ସମର୍ଥନରେ ସେ ରାଜ୍ୟରେ ଗୋବିନ୍ଦ ନାରାୟଣ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଡିପି ମିଶ୍ରା ବିଦା ହୋଇଥିଲେ । ୨୦୨୦ରେ ଜ୍ୟୋତିରାଦିତ୍ୟ ଚାଷୀ ଋଣ ଛାଡ କରିବା ନେଇ କମଳନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଗୁରୁତ୍ୱ ଦେଇ ନ ଥିଲେ ଫଳରେ ଜ୍ୟୋତିରାଦିତ୍ୟ ଆନ୍ଦୋଳନର ଧମକ ଦେଇଥିଲେ । କମଳନାଥ ପରୋକ୍ଷରେ ଏହି ଚ୍ୟାଲେଞ୍ଜକୁ ବେଖାତିର କରିଥିଲେ । ବର୍ତମାନ ଏହି ଭୁଲ କମଳନାଥ ସରକାରର ପତନର କାରଣ ହୋଇଛି ।
BREAKING NEWS
- ଜାମା ମସଜିଦ ସର୍ଭେ; ପୋଲିସକୁ ପଥର ମାଡ଼, ଜାଳି ଦେଲେ ଗାଡି଼
- କାଲିଠୁ ସଂସଦରେ ଶୀତ ଅଧିବେଶନ: ସରିଲା ସର୍ବଦଳୀୟ ବୈଠକ
- ଏ.ଆର୍ ରେହମାନଙ୍କ ନୋଟିସ୍, ୨୪ ଘଣ୍ଟାରେ ଡିଲିଟ୍…
- କାଲି ବନ୍ଦ ରହିବ ଜଗା ଦର୍ଶନ..ଜାଣନ୍ତୁ କେଉଁ ସମୟରେ?
- ଓ୍ବାକଫ୍ ବିଲ୍ ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି
- ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ
- ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କଲେ ମସ୍କ
- ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ
- ‘ଯୁବବର୍ଗଙ୍କ ପ୍ରାଣରେ ଅନୁଶାସନ, ନେତୃତ୍ଵ ଓ ସେବା ଭାବନା ଭରିଥାଏ ଏନସିସି’
- ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା
Comments are closed.