Latest Odisha News

BREAKING NEWS

ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବ !

ଜୟପୁର: ରାଜନୈତିକ ମହଲରେ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବାକୁ ଯାଉଛି ବୋଲି ଆକଳନ କରାଯାଉଛି । ରିପୋର୍ଟ ମୁତାବକ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପୂର୍ବରୁ ବନ୍ଧୁ ସଚିନ ପାଇଲଟଙ୍କ ସହ ଆଲୋଚନା କରିଥିଲେ । ଏହା ଜାଣିବା ପରେ ସୋନିଆ ଗାନ୍ଧୀ ରାଜସ୍ଥାନରେ ସରକାର ବଂଚାଇବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କୁ ଦିଲ୍ଲୀ ଡାକିଛନ୍ତି। ଜଣେ ହୀରା ବ୍ୟବସାୟୀଙ୍କୁ ଅଶୋକ ଗେହଲତ ରାଜ୍ୟସଭା ପ୍ରାର୍ଥୀ କରିବାକୁ ଚାହୁଁଥିବା ବେଳେ ଏହାକୁ ବିରୋଧ କରୁଛନ୍ତି ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ।

ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ନିଜର ସମର୍ଥକ ବିଧାୟକମାନଙ୍କ ସହ ଖୁସ୍ ନଥିବା କୁହାଯାଉଛି। ଏହି କାରଣରୁ ଅନେକ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି। ସୂଚନାଯୋଗ୍ୟ,୨୦୦ ଆସନବିଶିଷ୍ଟ ବିଧାୟକଙ୍କ ମଧ୍ୟରୁ ଏବେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୦୦। ଏହାଛଡ଼ା ୬ ବିଏସପି ବିଧାୟକ ଓ ଜଣେ ଲୋକଦଳ ବିଧାୟକଙ୍କୁ ମିଶାଇ ଏହି ସଂଖ୍ୟା ୧୦୭ । ଅପରପକ୍ଷରେ ୧୩ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଏବେ ବିଜେପି ପାଖରେ ୭୨ଜଣ ବିଧାୟକ ଅଛନ୍ତି। ଅର୍ଥାତ୍ ଯଦି ସ୍ବାଧୀନ ବିଧାୟକମାନେ ବିଜେପିକୁ ସମର୍ଥନ ଦିଅନ୍ତି, ତେବେ ଅଶୋକ ଗେହଲତ ସରକାର ତିଷ୍ଠିବା କଷ୍ଟକର ମନେ ହେଉଛି।

Leave A Reply

Your email address will not be published.