ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ତିଷ୍ଠିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ୫୩ ବର୍ଷ ତଳେ ୧୯୬୩ରେ ସମାନ ଭୁଲ କରିଥିଲା କଂଗ୍ରେସ । ସେ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଡିପି ମିଶ୍ର । ଜ୍ୟୋତିରାଦିତ୍ୟଙ୍କ ଜେଜେମାଆ ବିଜୟାରାଜେ ସିନ୍ଧିଆ ଛାତ୍ର ଆନ୍ଦୋଳନ ସମ୍ପର୍କରେ ତାଙ୍କୁ ଭେଟିବାକୁ ଆସିଥିଲେ । ଡିପି ମିଶ୍ରା ତାଙ୍କୁ ୧୫ ମିନିଟ ଅପେକ୍ଷା କରାଇଥିଲେ ।
ଏଥିରେ ବିଜୟାରାଜେ କ୍ଷୁବ୍ଧ ହୋଇ ପଡିଥିଲେ । ନିର୍ବାଚନ ପୂର୍ବରୁ ସେ ଇସ୍ତଫା ଦେଇଥିଲେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ । ନିର୍ବାଚନ ପରେ ବିଜୟାରାଜଙ୍କେୁ ସମର୍ଥନ କରି ୩୬ ବିଧାୟକ ପଦ ଛାଡିଥିଲେ । ଉପରୋକ୍ତ ବିଧାୟକଙ୍କ ସମର୍ଥନରେ ସେ ରାଜ୍ୟରେ ଗୋବିନ୍ଦ ନାରାୟଣ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଡିପି ମିଶ୍ରା ବିଦା ହୋଇଥିଲେ । ୨୦୨୦ରେ ଜ୍ୟୋତିରାଦିତ୍ୟ ଚାଷୀ ଋଣ ଛାଡ କରିବା ନେଇ କମଳନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଗୁରୁତ୍ୱ ଦେଇ ନ ଥିଲେ ଫଳରେ ଜ୍ୟୋତିରାଦିତ୍ୟ ଆନ୍ଦୋଳନର ଧମକ ଦେଇଥିଲେ । କମଳନାଥ ପରୋକ୍ଷରେ ଏହି ଚ୍ୟାଲେଞ୍ଜକୁ ବେଖାତିର କରିଥିଲେ । ବର୍ତମାନ ଏହି ଭୁଲ କମଳନାଥ ସରକାରର ପତନର କାରଣ ହୋଇଛି ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.