ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ତିଷ୍ଠିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ୫୩ ବର୍ଷ ତଳେ ୧୯୬୩ରେ ସମାନ ଭୁଲ କରିଥିଲା କଂଗ୍ରେସ । ସେ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଡିପି ମିଶ୍ର । ଜ୍ୟୋତିରାଦିତ୍ୟଙ୍କ ଜେଜେମାଆ ବିଜୟାରାଜେ ସିନ୍ଧିଆ ଛାତ୍ର ଆନ୍ଦୋଳନ ସମ୍ପର୍କରେ ତାଙ୍କୁ ଭେଟିବାକୁ ଆସିଥିଲେ । ଡିପି ମିଶ୍ରା ତାଙ୍କୁ ୧୫ ମିନିଟ ଅପେକ୍ଷା କରାଇଥିଲେ ।
ଏଥିରେ ବିଜୟାରାଜେ କ୍ଷୁବ୍ଧ ହୋଇ ପଡିଥିଲେ । ନିର୍ବାଚନ ପୂର୍ବରୁ ସେ ଇସ୍ତଫା ଦେଇଥିଲେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ । ନିର୍ବାଚନ ପରେ ବିଜୟାରାଜଙ୍କେୁ ସମର୍ଥନ କରି ୩୬ ବିଧାୟକ ପଦ ଛାଡିଥିଲେ । ଉପରୋକ୍ତ ବିଧାୟକଙ୍କ ସମର୍ଥନରେ ସେ ରାଜ୍ୟରେ ଗୋବିନ୍ଦ ନାରାୟଣ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଡିପି ମିଶ୍ରା ବିଦା ହୋଇଥିଲେ । ୨୦୨୦ରେ ଜ୍ୟୋତିରାଦିତ୍ୟ ଚାଷୀ ଋଣ ଛାଡ କରିବା ନେଇ କମଳନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଗୁରୁତ୍ୱ ଦେଇ ନ ଥିଲେ ଫଳରେ ଜ୍ୟୋତିରାଦିତ୍ୟ ଆନ୍ଦୋଳନର ଧମକ ଦେଇଥିଲେ । କମଳନାଥ ପରୋକ୍ଷରେ ଏହି ଚ୍ୟାଲେଞ୍ଜକୁ ବେଖାତିର କରିଥିଲେ । ବର୍ତମାନ ଏହି ଭୁଲ କମଳନାଥ ସରକାରର ପତନର କାରଣ ହୋଇଛି ।
BREAKING NEWS
- MKCGରେ ଦୀର୍ଘ ୭ ଦିନ ପରେ ଆଖି ବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ…
- Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା
- ବୈଭବ ସୂର୍ଯ୍ୟବଂଶୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ଆମ ପାଖରେ ଦୁଇଜଣ ଚମତ୍କାର ଏବଂ ସ୍ଥିର ପ୍ରଦର୍ଶନ କରୁଥିବା ଓପନର୍ ଅଛନ୍ତି: ଶ୍ରେୟସ ଆୟର
- Kolkata stampede: ବନ୍ଦ ହେବ କୋଲକାତାରେ ପୂଜା ମଣ୍ଡପ? ପୋଲିସର ବଡ଼ ନିର୍ଦ୍ଦେଶ…ମୁଖ୍ୟମନ୍ତ୍ରୀ କହିଲେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହ ସରକାରୀ ଚାକିରି!
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି

Comments are closed.