Latest Odisha News

BREAKING NEWS

ସୁପରଷ୍ଟାର ବିଜୟଙ୍କ ଆଗାମୀ ଫିଲ୍ମରେ ନିର୍ଦ୍ଦେଶନା ଦେବେ ବାମସୀ

ମାଡ୍ରାସ: ତାମିଲ ସୁପରଷ୍ଟାର ବିଜୟ ଏବଂ ବାମସୀ ପୌଦପଲ୍ଲୀ ପୁନର୍ବାର ଏକତ୍ର ହୋଇଛନ୍ତି । ଫିଲ୍ମର ନାମ ଥଲାପତି ୬୬ ରଖାଯାଇଛି । ଏହା ଉଭୟ ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେବ । ଜାତୀୟ ପୁରସ୍କାର ବିଜେତା ବାମସୀ ୨୦୧୯ରେ ମହେଶ ବାବୁ ଓ ପୂଜା ହେଗେଡଙ୍କୁ ନେଇ ମହର୍ଷି ଫିଲ୍ମ କରିଥିଲେ । ଯାହା କି ବେଶ୍ ଚର୍ଚ୍ଚିତ ଏବଂ ସଫଳ ରହିଥିଲା ।

ଏବେ ବିଜୟ ନେଲସନ ଦିଲୀପ କୁମାରଙ୍କ ଥଲାପତି ୬୫ ଶୁଟିଂରେ ବ୍ୟସ୍ତ ଅଛନ୍ତି । ରିପୋର୍ଟ ମୁତାବକ ଥଲାପତି ୬୬ ବିଜୟଙ୍କ ୬୬ତମ ଫିଲ୍ମ ହେବ । ମାଷ୍ଟର ଫିଲ୍ମର ଅପାର ସଫଳତା ପରେ ଏବେ ଟଲିଉଡରେ ବିଜୟ ଏକ ନମ୍ବର ହୀରୋର ମାନ୍ୟତା ପାଇଛନ୍ତି କହିଲେ ଭୁଲ ହେବନି ।

Leave A Reply

Your email address will not be published.