Latest Odisha News

BREAKING NEWS

କରିନାଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ବେଳେ ଝାଳ ବାହାରି ଯାଇଥିଲା : ବିଜୟ ବର୍ମା

ମୁମ୍ବାଇ: କରିନା କପୁରଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ବେଳେ ଝାଳ ବାହାରି ଯାଇଥିଲା । ତାଙ୍କ ସହିତ ରୋମାଣ୍ଟିକ ସିନ୍ କରିବା ମୋ ପାଇଁ ଏତେ ସହଜ ନ ଥିଲା ବୋଲି କହିଛନ୍ତି ବଲିଉଡ଼ ଅଭିନେତା ବିଜୟ ବର୍ମା । ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ଜାନେ ଜାନ’କୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହା ଖୁବଶୀଘ୍ର ଓଟିଟିରେ ରିଲଜ ହେବାକୁ ଯାଉଛି । ଏହି ଫିଲ୍ମ ସହ କରିନା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ନେଇ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ନିକଟରେ ବିଜୟ ବର୍ମା ଏକ ସାକ୍ଷାତକାରରେ ଫିଲ୍ମର ଶୁଟିଂର ଅନୁଭୁତି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଫିଲ୍ମର ଶୁଟିଂ ସମୟରେ ସେ ଖୁବ ନର୍ଭସ ଥିଲେ । କାରଣ କରିନା କପୁରଙ୍କ ସହ ରୋମାଣ୍ଟିକ ସିନ୍ କରିବା ତାଙ୍କ ପାଇଁ ଏତେ ସହଜ ନ ଥିଲା । ଏପରି ଏକ ସିନ୍ ଅଛି ଯେଉଁଠାରେ ସେ ମୋତେ ଏକ ବିଶେଷ ଢଙ୍ଗରେ ଦେଖୁଛନ୍ତି ଏବଂ ଗୀତ ଗାଉଛନ୍ତି । ସେହି ଦୃଶ୍ୟ ଆସିବା ମାତ୍ରେ ମୋର ଝାଳ ବାହାରି ଯାଇଥିଲା ।

 

Leave A Reply

Your email address will not be published.