Latest Odisha News

ବାରିପଦାର ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀଙ୍କ ଆରାଧନା

ମୟୂରଭଞ୍ଜ : ଆଜି ମହାମାୟାଙ୍କ ବିଜୟା ଦଶମୀ । ବିଜୟାଦଶମୀରେ ପୂଜା ପାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ବାରିପଦା ସହରର ବିଭିନ୍ନ ମଣ୍ଡପ ମୁର୍ଗାବାଡି, ଟାଙ୍କିସାହି,ଲାଲବଜାର, ଠାରେ ଥିବା ଦୁର୍ଗା ମଣ୍ଡପରେ ଆଜି ବିଜୟା ଦଶମୀ ପୂଜା ମହା ଆଡମ୍ବର ସହକାରେ କରାଯାଉଛି । ଦୁର୍ଗା ମଣ୍ଡପର ସକାଳ ପହଡ ଖୋଲିବା ପରେ ସୂର୍ଯ୍ୟଦୋୟ ପୂଜା ଏବଂ ବିଭିନ୍ନ ଦେବାଦେବୀଙ୍କ ପୂଜା ପରେ ମା’ ଙ୍କ ବିଜୟା ଦଶମୀ ପୂଜା ହୋଇଥିଲା।

ମା’ ଙ୍କ ପାଖରେ ରୀତିନୀତି ଅନୁସାରେ ଦଶମୀ ପୂଜା କାର୍ଯ୍ୟ ଆରମ୍ଭ କରାଯାଇ ଶେଷରେ ଅପରାଜିତା ପୂଜା କରାଯାଇ ଭକ୍ତଙ୍କୁ ଅପରାଜିତା ଦିଆଯାଇଥିଲା। ମହାଦଶମୀ ପାଇଁ ମଣ୍ଡପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବିନା ଭକ୍ତରେ ୭ ଜଣଙ୍କୁ ନେଇ ବାରିପଦା ର ବିଭିନ୍ନ ଦୂର୍ଗା ମଣ୍ଡପରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା । କରୋନା କଟକଣା ଯୋଗୁ ଭକ୍ତମାନେ ମା’ଙ୍କୁ ଭବ୍ୟ ଦର୍ଶନରୁ ଏବର୍ଷ ବଞ୍ଚିତ ହୋଇଛନ୍ତି ଭକ୍ତମାନେ । କେବଳ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପର ତିନି ପଟ ଆବଦ୍ଧ କରି ମାଁଙ୍କ ପୂଜାର୍ଚ୍ଚନା କରାଯାଉଛି ।

Leave A Reply

Your email address will not be published.