ସୁବର୍ଣ୍ଣପୁର : ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା । ସୁବର୍ଣ୍ଣପୁର ସହରରେ କରୋନା କଟକଣା ମଧ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗା । ଯନ୍ତ୍ର, ମନ୍ତ୍ର ,ତନ୍ତ୍ରରେ କମ୍ପି ଉଠୁଛି ପରିବେଶ । ଗତ ଆଶ୍ୱିନ ଅମାବାସ୍ୟା ଠାରୁ ସମସ୍ତ ଅଷ୍ଟଚଣ୍ଡୀଙ୍କ ପୀଠମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏବେ ମା’ ଦୁର୍ଗାଙ୍କୁ ବିଭିନ୍ନ ପୀଠମାନଙ୍କରେ ପୂଜାର୍ଚ୍ଚନା ଚାଲିଛି । ଅଧର୍ମ ଉପରେ ଧର୍ମର ଜୟ କରିବାକୁ ଧରାବତରଣ ହୋଇଛନ୍ତି ମା’ ।
ସହରର ଗଡଭିତରର ଦୁର୍ଗାମନ୍ଦିର,ଥନାପତି ପଡା,ବ୍ଲକଛକ, ଘୋଡାଘାଟପଡା, ଟିକିରି ପଡା , ଗୁଣ୍ଡିଚା ମନ୍ଦିର, ଦୁର୍ଗା ମଣ୍ଡପ ଛକରେ ମାଁଙ୍କ ମୃଣୟୀ ମୁର୍ତ୍ତି ପୂଜା ପାଉଥିବା ବେଳେ ସେପଟେ ବ୍ଲକ ଛକ ଦୁର୍ଗାମଣ୍ଡପ ପୂଜା ମଣ୍ଡପରେ ମହାମାୟାଙ୍କ ପୂଜା ବେଶ୍ ଧୁମଧାମରେ ଚାଲିଛି ।ଏଠାରେ ପ୍ରତିବର୍ଷ ଦୁର୍ଗାପୂଜା ସାଙ୍ଗକୁ ରାବଣ ପୋଡି ଉତ୍ସବ ଯାକଜମକରେ ପାଳନ କରାଯାଇଥାଏ ।ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ରାବଣ ପୋଡି ଉତ୍ସବ ବନ୍ଦ ଥିବା ବେଳେ ବିନା ଭକ୍ତରେ ଦୁର୍ଗାପୂଜା କରାଯାଉଛି ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଥିବା ଗାଇଡଲାଇନ କୁ ପାଳନ କରି ଏହି ପୂଜାମଣ୍ଡପ ଗୁଡିକରେ ମାଁଙ୍କ ପୂଜାର୍ଚ୍ଚନା କରାଯାଉଛି ।