Latest Odisha News

BREAKING NEWS

ବିଜୟୱାଡା କୋଭିଡ କେୟାର ସେଂଟର ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ହାଇଦ୍ରାବାଦ: ବିଜୟୱାଡା କୋଭିଡ କେୟାସର ସେଂଟରରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏଥିସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ଯେଉଁ ହୋଟେଲକୁ କୋଭିଡ-୧୯ କେୟାର ସେଂଟର କରାଯାଇଥିଲା ସେହି ହୋଟେଲ ଓ ଘରୋଇ ଡାକ୍ତରଖାନା ମ୍ୟାନେଜମେଂଟ ବିରୋଧରେ ମାମଲା ରୁଜୁ ହୋଇଛି ।

ଆଜି ସକାଳେ ଏହି କୋଭିଡ କେୟାର ସେଂଟରେ ଅଗ୍ନିକାଣ୍ଡ ଘଟିଥିଲା । ବିଦ୍ୟୁତ୍ ସର୍ଟସର୍କିଟ୍‌ରେ ନିଆଁ ଲାଗିଥିବା ନେଇ ଜଣାପଡିଛି । ଅଗ୍ନି ନିରାପତ୍ତା ନିର୍ଦେଶକ ଜୟରାମ ନାଇକଙ୍କ କହିବା ଅନୁସାରେ, କରୋନାଭାଇରସ୍ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଘରୋଇ ହସ୍ପିଟାଲ୍ ଲିଜ୍ ନେଇଥିବା ସେ ହୋଟେଲ୍‌ ନିରାପତ୍ତା ନିୟମ ଉଲ୍ଲଂଘନ କରିଥିଲା। ଦୁର୍ଘଟଣା ସମୟରେ ଆଲାର୍ମ ବାଜି ନ ଥିଲା ଏବଂ ପଛ କବାଟ ଖୋଲିବା ମଧ୍ୟ ବିଳମ୍ବ ହୋଇଥିଲା।

କୋଭିଡ୍-୧୯ ଚିକିତ୍ସା କେନ୍ଦ୍ର ଲାଗି ସେ ହୋଟେଲ୍‌କୁ ଲିଜ୍ ନେଇଥିବା ଘରୋଇ ଡାକ୍ତରଖାନାକୁ ମଧ୍ୟ ବୁକ୍ କରାଯାଇଛି। ହୋଟେଲ୍‌କୁ କୋଭିଡ୍ କେନ୍ଦ୍ରରେ ପରିଣତ କରିବା ପୂର୍ବରୁ ଡାକ୍ତରଖାନା ମ୍ୟାନେଜ୍‌ମେଣ୍ଟ୍‌ ‘ଏନ୍‌ଓସି’ ହାସଲ କରି ନ ଥିଲା ବୋଲି ଅଗ୍ନିଶମ ବିଭାଗ କହିଛି ।

Leave A Reply

Your email address will not be published.