Latest Odisha News

BREAKING NEWS

ରେୟମଣ୍ଡର ପୂର୍ବତନ ଚେୟାରମ୍ୟାନ୍ ବିଜୟପତ୍ ସିଂହାନିଆଙ୍କର ପରଲୋକ

ମୁମ୍ବାଇ: ରେୟମଣ୍ଡ୍ ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍ ଡଃ ବିଜୟପତ୍ ସିଂହାନିଆ ଆଜି ସନ୍ଧ୍ୟାରେ ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ହୋଇଥିଲା ୮୭ ବର୍ଷ। ତାଙ୍କ ପୁଅ ଗୌତମ୍ ସିଂହାନିଆ ସୋସିଆଲ୍ ମିଡିଆ ପ୍ଲାଟଫର୍ମ୍ ଏକ୍ସରେ ଏହି ଖବର ଦେଇଛନ୍ତି। ସେ ଲେଖିଛନ୍ତି, “RIP. ଓମ୍ ଶାନ୍ତି 🙏”। ରେୟମଣ୍ଡ୍ ଗ୍ରୁପର ମୁଖପାତ୍ର ମଧ୍ୟ ଏହା ସୁନିଶ୍ଚିତ କରିଛନ୍ତି।

ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର ହେବ।

ବିଜୟପତ୍ ସିଂହାନିଆ ରେୟମଣ୍ଡ୍ କମ୍ପାନୀର ଚେୟାରମ୍ୟାନ୍ ଭାବେ ପ୍ରାୟ କୋଡିଏୃ ବର୍ଷ ଧରି କାର୍ଯ୍ୟ କରିଥିଲେ। ୨୦୦୦ ମସିହାରେ ସେ ଏହି ଦାୟିତ୍ୱ ଛାଡ଼ି ଦେଇଥିଲେ ଏବଂ ପରେ ତାଙ୍କର ପୁରା ୩୭ ପ୍ରତିଶତ ଅଂଶ ପୁଅ ଗୌତମଙ୍କୁ ହସ୍ତାନ୍ତର କରିଦେଇଥିଲେ।

ସେ କେବଳ ଏକ ସଫଳ ବ୍ୟବସାୟୀ ନ ଥିଲେ, ବରଂ ଜଣେ ଦକ୍ଷ ପାଇଲଟ୍ ମଧ୍ୟ ଥିଲେ। ୬୭ ବର୍ଷ ବୟସରେ ତାଙ୍କୁ ହଟ୍ ଏୟାର୍ ବେଲୁନ୍ ରେ ସର୍ବୋଚ୍ଚ ଉଚ୍ଚତାର ବିଶ୍ୱ ରେକର୍ଡ୍ ମିଳିଥିଲା। ତାଙ୍କୁ ପଦ୍ମ ଭୂଷଣ ସମ୍ମାନ ମଧ୍ୟ ମିଳିଥିଲା।

ସିଂହାନିଆ ପରିବାରର ସଦସ୍ୟ ଭାବେ ସେ ଭାରତୀୟ ଟେକ୍ସଟାଇଲ୍ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଦେଶର ବିଭିନ୍ନ ଶିଳ୍ପପତି, ବ୍ୟବସାୟୀ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.