Latest Odisha News

BREAKING NEWS

୩୦ କୋଟି ଠକେଇ ମାମଲାରେ ବିକ୍ରମ ଭଟ୍ଟ ଗିରଫ

ମୁମ୍ବାଇ: ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କୁ ୩୦ କୋଟି ଟଙ୍କା ଠକେଇ ମାମଲାରେ ପୋଲିସ ଗିରଫ କରିଥିବା ନେଇ ରିପୋର୍ଟରୁ ଜଣାପଡିଛି। ତେବେ ଏହି ଅଭିଯୋଗ ଗୁଡ଼ିକୁ ପୂର୍ବରୁ ହିଁ ବିକ୍ରମ ଅସ୍ବୀକାର କରିଥିଲେ।

ଗତ ନଭେମ୍ବର ୧୭ ତାରିଖରେ ରାଜସ୍ଥାନର ଉଦୟପୁରରେ ଇନ୍ଦିରା ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ମାଲିକ ଡକ୍ଟର ଅଜୟ ମୁର୍ଡିଆ ବିକ୍ରମ ଭଟ୍ଟ ଓ ଅନ୍ୟ ଆଠ ଜଣଙ୍କ ବିରୁଦ୍ଧରେ ୩୦ କୋଟି ଟଙ୍କା ଠକେଇ ମାମଲାରେ ଏକ ଏଫଆଇଆର ଦାୟର କରିଥିଲେ।

ବିକ୍ରମ ଭଟ୍ଟ ଏବଂ ତାଙ୍କ ଦଳ, ଡକ୍ଟର ମୁର୍ଡିଆଙ୍କ ସ୍ୱର୍ଗତ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ବାୟୋପିକ ନିର୍ମାଣ କରିବା ଏବଂ ସେଥିରେ ପୁଞ୍ଜି ନିବେଶ କରିବାକୁ ପ୍ରଲୋଭିତ କରିଥିଲେ ଓ ଏହି ଫିଲ୍ମଟି ୨୦୦ କୋଟି ଟଙ୍କା ରୋଜଗାର କରି ଲାଭଦାୟକ ହେବ ବୋଲି ମଧ୍ୟ କହିଥିଲେ।

ଅଭିଯୋଗ ପରେ ଉଦୟପୁର ଏବଂ ମୁମ୍ବାଇ ପୋଲିସ ଏକ ମିଳିତ ଅପରେସନ୍ କରି ବିକ୍ରମ ଭଟ୍ଟଙ୍କୁ ମୁମ୍ବାଇର ୟାରି ରୋଡ୍ ଅଞ୍ଚଳରେ ଥିବା ତାଙ୍କ ଶାଳୀଙ୍କ ଘରୁ ଗିରଫ କରିଥିଲେ ଓ ପୋଲିସ ବିକ୍ରମ ଭଟ୍ଟଙ୍କୁ ଉଦୟପୁର ନେବା ପାଇଁ କୋର୍ଟରୁ ଟ୍ରାଞ୍ଜିଟ୍ ରିମାଣ୍ଡର ଆବେଦନ ମଧ୍ୟ କରିଥିଲା। ପୂର୍ବରୁ ସାତ ଜଣଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା।

ତେବେ ବର୍ତ୍ତମାନ୍ ସୁଦ୍ଧା ବିକ୍ରମ ଭଟ୍ଟ ଏବଂ ତାଙ୍କ ଦଳର ଗିରଫଦାରୀ କୁ ନେଇ କୌଣସି ବିବୃତ୍ତି ପ୍ରକାଶ କରାଯାଇ ନାହିଁ। ବିକ୍ରମ ଭଟ୍ଟ ପ୍ରାୟତଃ ହରର ଫିଲ୍ମ ପାଇଁ ପରିଚିତ ଅଟନ୍ତି। ଯେଉଁଥିରେ ରାଜ୍, ୧୯୨୦ ଏବଂ ଶାପିତ ଇତ୍ୟାଦି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ରହିଛି।

 

Leave A Reply

Your email address will not be published.