Latest Odisha News

BREAKING NEWS

ନିଜ ଜନ୍ମଦିନରେ କାହିଁକି ଏପରି ଅବତାର୍ ନେଲେ ହ୍ରିତିକ ରୋଶନ୍‌?

ମୁମ୍ବାଇ: ଆଜି ବଲିଉଡର ଗ୍ରୀକ୍‌ଗଡ୍ ଓରଫ୍ ହ୍ରିତିକ୍ ରୋଶନ୍‌ଙ୍କ ୪୮ତମ ଜନ୍ମଦିନ । ଖାସ ଏହି ମଉକାରେ ହ୍ରିତିକ୍ ଏକ ଭିନ୍ନ ଧରଣର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ଫଟୋରେ ସେ କିଛି ହିଣ୍ଟ ଦେବାକୁ ଯାଇ କେବଳ ୱେଧା ବୋଲି ଲେଖିଛନ୍ତି ।

ଅପକମିଂ ଦିନରେ ଖୁବଶୀଘ୍ର ହ୍ରିତିକଙ୍କୁ ବ୍ଲକବଷ୍ଟର୍ ବାଇଲିଙ୍ଗୁଆଲ୍ ଫିଲ୍ମ “ବିକ୍ରମ୍ ୱେଧା”ର ସିକ୍ୱେଲ୍ ପାର୍ଟରେ ଦେଖିବାକୁ ମିଳିବ । ଖାସ ନିଜ ଫିଲ୍ମର ଅପଡେଟ୍ସ ଦର୍ଶକଙ୍କୁ ଦେବା ଲାଗି ହ୍ରିତିକ୍ ଏପରି ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋରେ ହ୍ରିତିକଙ୍କୁ ଦାଢି ଓ ଏଭିଏଟର୍ ଚଷମା ସହ ଲହୁଲୁହାଣ ଅବସ୍ଥାରେ ଦେଖିବାକୁ ମିଳିଛି ।

ତାମିଲ ମୁଭି “ବିକ୍ରମ୍ ୱେଧା”ର ପ୍ରଥମ ପାର୍ଟରେ ଆର୍ ମାଧୱନ୍ ଓ ବିଜୟ ସେଥୁପତିଙ୍କୁ ଦେଖିବାକୁ ମିଳିଥିଲା । ତେବେ ଏହି ଫିଲ୍ମର ଦ୍ୱିତୀୟ ପାର୍ଟରେ ହ୍ରିତିକଙ୍କୁ ଗ୍ୟାଙ୍ଗଷ୍ଟର୍ ୱେଧା ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ସୈଫ ଅଲ୍ଲି ଖାନଙ୍କୁ ପୋଲିସ ଅଫିସର ବିକ୍ରମ୍ ଅବତାରରେ ଦର୍ଶକ ଦେଖିବାକୁ ପାଇବେ । ଅନ୍ୟପଟେ ରାଧିକା ଆପ୍ଟେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନଜର ଆସିବେ ।

ଚଳିତବର୍ଷ ସେପ୍ଟେମ୍ବର ୩୦’ରେ ହ୍ରିତିକଙ୍କ ଫିଲ୍ମ ଦର୍ଶକଙ୍କ ସାମ୍ନାକୁ ଆସିବ । ଏ ନେଇ ପ୍ରଡକ୍ସନ୍ ହାଉସ୍ ଟି-ସିରିଜ୍ ମଧ୍ୟ ଏକ ଟୁଇଟ୍ ଜରିଆରେ ସ୍ପଷ୍ଟ କରିଛି । ପୂର୍ବ ପାର୍ଟ ଭଳି “ବିକ୍ରମ୍ ୱେଧା”ର ସିକ୍ୱେଲ୍ ପାର୍ଟର ମଧ୍ୟ ପୁଷକର ଓ ଗାୟତ୍ରୀ ନିର୍ଦ୍ଦେଶକ ସାଜଛନ୍ତି ।

Leave A Reply

Your email address will not be published.