Latest Odisha News

BREAKING NEWS

‘ଦୋସ୍ତାନା ୨’ରୁ ଆଉଟ୍ କାର୍ତିକ ଆର୍ଯ୍ୟନ; ଜାଣନ୍ତୁ କିଏ ମାରିଲେ ଏଣ୍ଟ୍ରି…

ମୁମ୍ବାଇ: 12 ଫେଲ୍ ପାଇଁ ପ୍ରଥମ ଜାତୀୟ ପୁରସ୍କାର ଜିତିଥିବା ବିକ୍ରାନ୍ତ ମେସି ତାଙ୍କର ପ୍ରଥମ ଧର୍ମା ପ୍ରୋଜେକ୍ଟ ମଧ୍ୟ ପାଇଯାଇଛନ୍ତି।

ଏକ ସାକ୍ଷାତକାରରେ ବିକ୍ରାନ୍ତ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ କହିିଛନ୍ତି ଯେ ସେ ଦୋସ୍ତାନା ୨ରେ ଫ୍ୟାନ୍ସଙ୍କୁ ଦେଖାଦେବେ। ନିଜର ଦମଦାର ଅଭିନୟ ପାଇଁ ଜଣାଶୁଣା, ବିକ୍ରାନ୍ତ ଏହି ଫିଲ୍ମରେ ଏକ ଭିନ୍ନ ଅବତାରରେ ଦେଖାଯିବେ। ସେ କହିଛନ୍ତି, “ତୁମେ ମୋତେ ଭଲ ଡିଜାଇନର୍ ପୋଷାକ ପିନ୍ଧିଥିବା ଦେଖିବ। କରଣ (ଜୋହର) ସାର୍ ନିଶ୍ଚିତ କରିବେ ଯେ ମୁଁ ଭଲ ପୋଷାକ ଏବଂ ଫ୍ୟାନ୍ସି ସନଗ୍ଲାସ୍ ପିନ୍ଧିବି। ମୁଁ ୟୁରୋପରେ କୌଣସି ସ୍ଥାନରେ ସୁଟିଂ କରୁଛି।”

ବିକ୍ରାନ୍ତ ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କ ନାମକୁ ସିକ୍ରେଟ ରଖିଛନ୍ତି। ଏପରିକି ସେ କହିଛନ୍ତି ଯେ, “ମୁଁ ଭାବୁଛି ମୁଁ ଏହା କହିବି ନାହିଁ। ଯଦି କରଣ ସାର୍ ନିଜେ କହିବେ ତେବେ ଭଲ ହେବ। ଏହା ମଧ୍ୟ ତାଙ୍କ ପାଇଁ ଏକ ବଡ଼ ଆନାଉସମେଣ୍ଟ।

ତେବେ ଏହି ଫିଲ୍ମରେ କାର୍ତିକ ଆର୍ଯ୍ୟନ ପ୍ରଥମେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ଥିଲା କିନ୍ତୁ ଏବେ ବିକ୍ରାନ୍ତ ମେସି ତାଙ୍କ ସ୍ଥାନ ନେଇଛନ୍ତି। ନିକଟରେ କାର୍ତ୍ତିକ ଆର୍ଯ୍ୟନ ଏବଂ କରଣ ଜୋହରଙ୍କ ମଧ୍ୟରେ ବିବାଦ ହୋଇଥିବା ଚର୍ଚ୍ଚା ହୋଇଥିଲା। ଯଦିଓ ଅଭିନେତା ଜଣକ ଏନେଇ କିଛି ପ୍ରକାଶ କରିନାହାନ୍ତି।

 

Comments are closed.