Latest Odisha News

ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ରାୟଗଡ଼ା: ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡା ଗାଁ ନିକଟରେ ତାଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସନ୍ତୋଷ ଦଣ୍ଡସେନା । ଗତକାଲି ରାତି ପ୍ରାୟ ୧୦ଟା ବେଳେ ସଶସ୍ତ୍ର ମାଓବାଦୀମାନେ ଆସି ସନ୍ତୋଷକୁ ଘରୁ ଡାକି ନେଇଥିଲେ । ଗାଁଠାରୁ ୫୦ ମିଟର ଦୁରରେ ଗୁଳି ମାରି ହତ୍ୟା କରିଥିବା ସୂଚନା ମିଳିଛି ।

ହତ୍ୟା ପରେ ମୃତଦେହ ନିକଟରେ ହାତ ଲେଖା ପୋଷ୍ଟର ଛାଡି ଯାଇଛି ଲାଲବାହିନୀ । ବାଶଧାରା- ଘୁମୁସର- ନାଗାବଳି ଡିଭିଜିନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଛଡାଯାଇଛି । ପୋଷ୍ଟରରେ ଉଲ୍ଲେଖ ରହିଛି, ଆଗରୁ ସନ୍ତୋଷକୁ ବହୁବାର ତାଗିତ କରାଯାଇଥିଲା । ତଥାପି ସେ ଇନଫର୍ମର ସାଜିଥିଲେ ।
ଅଞ୍ଚଳର କିଛି ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ଇନଫର୍ମର ତିଆରି କରିବାରେ ମୁଖ୍ୟ ଭୂମିକା ସାଜିଥିଲେ । ଏଥିପାଇଁ ସନ୍ତୋଷଙ୍କୁ ହତ୍ୟା କରାଯାଇଛି । ଅନ୍ୟମାନେ କ୍ଷମା ନ ମାଗିଲେ, ସେମାନଙ୍କୁ ମଧ୍ୟ ସନ୍ତୋଷଙ୍କ ଭଳି ଶାସ୍ତି ଦିଆଯିବ ବୋଲି ଧମକ ଦେଇଛନ୍ତି ମାଓବଦୀ ।

 

Leave A Reply

Your email address will not be published.