Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଛାତରୁ ଗଳୁଛି ପାଣି, ପିଲାଏ ପଢ଼ିବେ କେମିତି ?

କୋରାପୁଟ: ଛାତରୁ ଗଳୁଛି ପାଣି । ଚଟାଣ ବି ପୂରା ଓଦା । ବର୍ଷା ହେଲେ ପାଣି ପଢ଼ୁଛି ଶ୍ରେଣୀ ଗୃହରେ । ଏଭଳି ଅବସ୍ଥାରେ ପିଲାଏ କେମିତି ପଢ଼ିବେ ପାଠ ? ଉନ୍ନତ ଶିକ୍ଷାଦାନ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠି ସବୁକିଛି ପ୍ରହସନ ପାଲଟିଛି । ବିଚିତ୍ର ବିଦ୍ୟାଳୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର ପୁରୁଡ଼ାବେଡାରେ । ଦୀର୍ଘଦିନ ଧରି ବିଦ୍ୟାଳୟ କୋଠା ଏଭଳି ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ କାହାରି ନିଘା ନାହିଁ । ମରାମତି ପାଇଁ ବହୁବାର ଅଭିଯୋଗ ହୋଇଛି ।

କୌଣସି ସୁଫଳ ନ ମିଳିବାରୁ ଶେଷରେ ସ୍କୁଲରେ ତାଲା ପକାଇଛନ୍ତି ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ଗ୍ରାମବାସୀ । ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ଥିବାବେଳେ ୯୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଶାସନ ପକ୍ଷରୁ ୧୦ ବର୍ଷ ତଳେ ୨୦୧୨ ମସିହାରେ ବିଦ୍ୟାଳୟ ଗୃହ ନିର୍ମାଣ ହୋଇଥିଲା । ଆଉ ଏବେ ବିଦ୍ୟାଳୟ ବିପଦ ସଂକୁଳ ଅବସ୍ଥାରେ । ଲଗାଣ ବର୍ଷାରେ ବିଦ୍ୟାଳୟ ଛାତରୁ ପାଣି ଝରୁଛି । ଏପରିକି ଛାତ ବିମକୁ କାଠ ଗଣ୍ଡି ଭରା ଦିଆଯାଇଛି ।

ଏନେଇ ଆମଠୁ ଜାଣିବା ପରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଦୀର୍ଘ ଦିନ ଧରି ବିଦ୍ୟାଳୟ କୋଠା ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ବାରମ୍ବାର ଅଭିଯୋଗ ହୋଇଛି । କିନ୍ତୁ ଅଣଦେଖା କରି ଆସିଛି ପ୍ରଶାସନ । ଯଦି କୌଣସି ଅଘଟଣ ଘଟିଥାନ୍ତା ସେ ଦୋଷ ମୁଣ୍ଡାଇଥାନ୍ତା ତ’ ପ୍ରଶାସନ ? ତାହା ଏବେ ବଡ଼ ପ୍ରଶ୍ନ ।

Comments are closed.