Latest Odisha News

BREAKING NEWS

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ଘଟଣା । ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ୍

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ । ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରାଯାଇଛି । ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ମିଶୁଛି ଓରିଜିନାଲ ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ପେପର ଲିକ୍ ହୋଇଥିବା ନେଇ ସ୍ୱୀକାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । କେଉଁ ପରିସ୍ଥିିିତିରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି ସେନେଇ ତଦନ୍ତ କରାଯିବ । ଦୋଷୀ, କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତୀ ପରୀକ୍ଷା କେବେ ହେବ ସେ ସମ୍ପର୍କରେ ସୂଚନା ଦିଆଯିବ ବୋଲି କଲେଜ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ସରିଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି ନା ନାହିଁ ସେ ନେଇ କମିଟି ତଦନ୍ତ କରିବ । ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ଥିବା ୨୦୫ଟି କଲେଜର ପାଖାପାଖି ୭ହଜାର ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.