Latest Odisha News

BREAKING NEWS

ଅଭୟଚାନ୍ଦପୁର ପୋଲିସକୁ ଆକ୍ରମଣ କଲେ ଗ୍ରାମବାସୀ

ପାରାଦୀପ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୋଲିସ । ପାରାଦୀପ ଗଡ଼ ଗ୍ରାମର ଦଳେଇ ସାହିରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହୋଇଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଛନ୍ତି । ଥାନା ଗାଡ଼ିରୁ ଅଭିଯୁକ୍ତ ଯୁବକକୁ ନେଇ ଯାଇଛନ୍ତି ଗ୍ରାମବାସୀ ।

BjdElectrycity

ସୂଚନା ମୁତାବକ ପାରାଦୀପ ଗଡ଼ ଦଳେଇ ସାହିର ତ୍ରିନାଥ ଦଳେଇଙ୍କ ନାଁରେ ଅଭୟଚାଦପୁର ଥାନାରେ ଏକ ମାମଲା ରହିଥିଲା । ହେଲେ ସେ ଦୀର୍ଘ ଦିନ ଧରି ଫେରାର ଥିଲେ । ମାତ୍ର ତ୍ରିନାଥ ଗ୍ରାମକୁ ଆସିଥିବା ଖବର ପାଇ ଏସଆଇ ଆଶୁତୋଷ ହୋତାଙ୍କ ନେତୃତ୍ବରେ ଏକ ଟିମ୍ ଗ୍ରାମରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା । ମାତ୍ର ହଠାତ୍ ଗ୍ରାମର କିଛି ଯୁବକ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ଏସଆଇ ଆଶୁତୋଷ ହୋତା ଆହତ ହୋଇଛନ୍ତି । ତାଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି । ଘଟଣାସ୍ଥଳରେ ପାରାଦୀପ ଏଏସପିଙ୍କ ସମେତ ପାରାଦୀପ ଲକ୍ ଥାନା ଆଇଆଇସି ପହଞ୍ଚିଛନ୍ତି । ପାରାଦୀପ ଗଡ଼ ଗାଁରେ ଏକ ଫ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଗାଁକୁ ସିଲ୍ କରାଯାଇଛି ।

Leave A Reply

Your email address will not be published.