Latest Odisha News

BREAKING NEWS

[ଭିଡ଼ିଓ] ବୋମାମାଡ ଘଟଣା ପରେ ପୁରୁଷ ଶୂନ୍ୟ ଗାଁ

ସାତପଡା: ପୁରୀ ସାତପଡା ନାଥପୁରରେ ବୋମାମାଡ ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଘଟଣା ନେଇ ପୋଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାସ୍ଥଳରେ ଶାନ୍ତି ଫେରାଇ ଆଣିବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ସେହିପରି ଘଟଣା ସ୍ଥଳରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ସହ ଶାନ୍ତିପୂର୍ଣ୍ଣ ରହିଛି । ଯେଉଁ ମାନଙ୍କ ବିରୋଧରେ ଆଇନକୁ ହାତକୁ ନେଇଥିବାର ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି ।

ସାତପଡ଼ା ନାଥପୁର ଗାଁରେ ଏଜ ସରକାରୀ ଜମି କୁ ଜବରଦଖଲ ନେଇ ଏହି ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାର ସମାଧାନ ପାଇଁ ଏକ ବୈଠକ ଡକାଯାଇଥିଲା । ହେଲେ ସେଠାରେ ଘଟଣା ଉଗ୍ର ରୂପ ନେଇ ତୁହାକୁ ତୁହା ବୋମାମାଡ଼ ହୋଇଥିଲା ।

 

Leave A Reply

Your email address will not be published.