Latest Odisha News

BREAKING NEWS

ପାରାଦ୍ୱୀପ: ଆନ୍ଧ୍ର ପୋଲିସଙ୍କୁ ଧରି ଥାନାକୁ ନେଲେ ଗ୍ରାମବାସୀ

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରଦ୍ୱୀପଗଡ଼ ଗାଁରେ ଗ୍ରାମବାସୀମାନେ କିଛି ସାଦା ପୋଷାକରେ ଥିବା ଆନ୍ଧ୍ରପ୍ରଦେଶ ପୋଲିସ କର୍ମଚାରୀଙ୍କୁ ଧରିନେଇ ଥାନାରେ ଦେବା ଘଟଣା ଏହି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନାନୁଯାୟୀ, ଏକ ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଶନିବାର ସକାଳେ ଏହି ଗ୍ରାମକୁ ଆନ୍ଧ୍ର ପୋଲିସର ଏକ ୫ ଜଣିଆ ଟିମ୍ ସାଦାପୋଷାକରେ ଆସିଥିଲେ ।

ୱାରେଣ୍ଟିଙ୍କ ଧରିବାକୁ ଘର ମଧ୍ୟରେ ଅଚାନକ ସାଦା ପୋଷାକରେ ଥିବା ଏହି ଟିମ୍ ପ୍ରବେଶ କଲାମାତ୍ରେ ଗ୍ରାମବାସୀମାନେ ସେମାନଙ୍କୁ ପ୍ରତିରୋଧ କରିବା ସହିତ ସେମାନଙ୍କୁ ଧରିନେଇ ଥାନାରେ ଭର୍ତ୍ତି କରିଥିଲେ ।

ଇତିମଧ୍ୟରେ, ଅଭିଯୁକ୍ତ ୱାରେଣ୍ଟିଙ୍କ ପରିବାର ପକ୍ଷରୁ ଗୃହ ମଧ୍ୟରେ ପଶି ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଥାନାରେ ଏତଲା ଦିଆଯାଇଛି । ଅନ୍ୟପକ୍ଷରେ ଆନ୍ଧ୍ର ପୋଲିସଙ୍କ ପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ ପରିବାର ବିରୋଧରେ ଦିଆଯାଇଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.