Latest Odisha News

୨ୟ ଦିନରେ ଐତିହାସିକ କଟକ ବାଲିଯାତ୍ରା

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିନ। ଐତିହାସିକ ପଟିଆବନ୍ଧ ନଦୀ ପଠାରେ ଆୟୋଜିତ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର ।

ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଚଳିତ ବର୍ଷ ୧୦ଦିନ ପାଇଁ ଆୟୋଜନ ହେଉଛି । ଖାଦ୍ୟ ତଥା ଘରକରଣା ସାମଗ୍ରୀ ଚଳିତ ବର୍ଷର ମୁଖ୍ୟ ଆର୍କଷଣ ପାଲଟିଥିବା ବେଳେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ପାଇଁ ବାଲିଯାତ୍ରା ପଡ଼ିଆରେ ଲୋକଙ୍କର ଭିଡ଼ ଲାଗି ରହିଛି ।

ବାଲିଯାତ୍ରା ପଡ଼ିଆରେ ପ୍ରାୟ ୫୫୦ଟି ଷ୍ଟଲ ଶୋଭା ପାଉଥିବା ବେଳେ ସୁରକ୍ଷା ଓ ପରିମଳ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ଧୂଳି ନଉଡ଼ିବା ପାଇଁ କେମିକାଲ୍ ବ୍ୟବହାର କରାଯାଇଥିବା ବେଳେ ପଲିଥିନ୍କୁ ସଂପୂର୍ଣ୍ଣ ନିଷେଧ କରାଯାଇଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା ତ୍ରିଶୁଳିଆ ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ମଧ୍ୟ କରାଯାଇଥିବା ଜଣାପଡିଛି।

ଆହୁରି ମଧ୍ୟ ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ମହାନଦୀ ପଠା ଉପରେ ସିସିଟିଭି ଦ୍ୱାରା ନଜର ରଖାଯାଉଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.