Latest Odisha News

BREAKING NEWS

ବ୍ୟବହାର ଖରାପ କଲେ ପ୍ରଧାନଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଗାଁ ଲୋକେ

ଚାନ୍ଦବାଲି: ସ୍କୁଲରେ ଅଶାଳୀନ ବ୍ୟବହାର କଲେ ପ୍ରଧାନଶିକ୍ଷକ । ଏମିତି କିଛି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାରଡିଆ ଗାଁ ଲୋକେ । ପାରଡିଆ ସକରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନାଁରେ ଅଭିଯୋଗ କରି ଗାଁ ଲୋକେ ଓ ଅଭିଭାବକ ସ୍କୁଲରେ ତାଲା ପକାଇ ସ୍କୁଲ ବାହାରେ ବସିଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ବାହାରେ ବସିଥିଲେ । ଫଳରେ ସେହି ସ୍କୁଲ କ୍ୟାମ୍ପସରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି ମଧ୍ୟ ବନ୍ଦ ରହିଥିଲା ।

ତେବେ ଗାଁ ଲୋକଙ୍କ କହିବା ଅନୁଯାୟୀ, ଗତ ୬ ମାସ ତଳେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟର ପାଚିକାଙ୍କୁ ଅଶ୍ଳାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି କାର୍ଯ୍ୟନୁଷ୍ଠାନ ଦାବି କରି ବ୍ଲକ ଶିକ୍ଷାଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଗାଁ ଲୋକ । ଏହାପରେ ପ୍ରଧାନଶିକ୍ଷକ ଜଣଙ୍କ କ୍ଷମା ମାଗିବା ସହିତ ବିଦ୍ୟାଳୟ ଛାଡି ଅନ୍ୟତ୍ର ଚାଲିଯିବେ ବୋଲି କହିଥିଲେ । ହେଲେ ୬ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ଅଲଗା କେଉଁ ବିଦ୍ୟାଳୟ ଯିବାକୁ ନାରାଜ ହେବାରୁ ଗାଁ ଲୋକେ ପୁଣି ଉତକ୍ଷିପ୍ତ ହୋଇ ସ୍ପୁଲରେ ତାଲା ପକାଇ ବିକ୍ଷୋଭ କରିଛନ୍ତି ।

ସେପଟେ ଏହାକୁ ନେଇ ଗାଁ ଲୋକଙ୍କୁ ଡାକି ସେମାବାର ସମାଧାନ କରାଯିବ ବୋଲି କହିଛନ୍ତି ଚାନ୍ଦବାଲି ଶିକ୍ଷା ଅଧିକାରୀ । ଏହାସହିତ ଗାଁ ଲୋକଙ୍କ ଅଭିଯୋଗର ତଦନ୍ତ କରାଯିବ । ଯଦି ସେଥିରେ କିଛି ସତ୍ୟତା ମିଳେ ତାହାଲେ ଶିକ୍ଷକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶିକ୍ଷା ଅଧିକାରୀ ।

Comments are closed.