Latest Odisha News

BREAKING NEWS

ତାଲିବାନ ପ୍ରସଙ୍ଗରେ ଟ୍ରମ୍ପ କାହିଁକି କହିଲେ ମୋତେ ମିସ୍ କରୁଛ କି..

ୱାଶିଂଟନ: ରାଷ୍ଟ୍ରପତି ଅସରଫ ଘନି ତାଙ୍କ ପଦରୁ ଇସ୍ତଫା ଦେବା ପରେ ତାଲିବାନ ହାତମୁଠାକୁ ଆଫଗାନିସ୍ତାନ ଚାଲିଯାଇଛି । ଏ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରିଛନ୍ତି । ଆମେରିକା ଦୂତାବସରେ ଏବେ ତାଲିବାନ ପତାକା ଉଡୁଛି । ଏବେ ନିଶ୍ଚିତ ଭାବେ ଆପଣମାନେ ମୋତେ ମିସ କରୁଥିବେ ଟ୍ରମ୍ପ କହିଛନ୍ତି ।

ଆମେରିକା ୩୦୦୦ ସୈନ୍ୟ ଆଫଗାନିସ୍ତାନ ପଠାଇଛି । ତେବେ ସେମାନେ ଆମେରିକା ରାଷ୍ଟ୍ରଦୂତ ଏବଂ ଅଧିକାରୀମାନଙ୍କୁ ସୁରକ୍ଷିତ ପାଇଁ ନିୟୋଜିତ ହେବେ । ୨୦୦୧ରୁ ଆମେରିକା ସେନା ଏଠାରେ ମୁତୟନ ହୋଇଥିଲେ । ଆମେରିକା ଏ ବାବଦକୁ ୨ ଟ୍ରିଲିୟନ ଅର୍ଥ ଖର୍ଚ୍ଚ କରିଥିବା ବେଳେ ୨୫୦୦ ଆମେରିକୀୟ ପ୍ରାଣ ହରାଇଥିଲେ । ଚଳିତ ବର୍ଷ ସେନା ହଟିବା ପରେ ତାଲିବାନ ପୁନର୍ବାର ଆଫଗାନିସ୍ତାନକୁ କବଜା କରି ନେଇଛି ।

Leave A Reply

Your email address will not be published.