Latest Odisha News

BREAKING NEWS

ବିଭିନ୍ନ ଦାବି ନେଇ ଧାରଣାରେ ପଞ୍ଚାୟତବାସୀ

ପାରାଦୀପ : ବିଭିନ୍ନ ଦାବି ନେଇ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକମାନେ । ଗତ ଲଘୁଚାପ ଜନୀତ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକୀପୁର ,କାଳିଆପାଟ୍ଟ ଓ ମଙ୍ଗଳରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତିା ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଲୋକମାନଙ୍କ ମାଟି କାନ୍ଥ ଭୁସୁଡି ପଡ଼ିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ପ୍ରଶାସନ ଏପର୍ଯ୍ୟନ୍ତ ଲୋକମାନଙ୍କ ପାଖରେ ରିଲିଫ୍ ଦେଇନାହିଁ। ଫଳରେ ଅନେକ ଲୋକ ଓ ଛୋଟପିଲାମାନେ ଏବେ ଉପାସରେ ରହୁଛନ୍ତି। ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ଜଳ ନିଷ୍କାସନର ବ୍ୟବସ୍ଥା ଏପର୍ଯ୍ୟନ୍ତ କରିପାରୁନାହାନ୍ତି । ଯାହାକୁ ବିରୋଧ କରି ଉଭୟ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଛୋଟି ଶିଶୁମାନଙ୍କୁ ଧରି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି।

ମୁଖ୍ୟତଃ ମାଛ ଧରିବା ପାଇଁ ନଦୀ ବନ୍ଧଗୁଡିକରେ ଆଡିବନ୍ଧ ନିର୍ମାଣ କରାଯାଇଥିବାରୁ ପାଣି ନିଷ୍କାସନରେ ସମସ୍ୟା ହେଉଥିବାବେଳେ। ପାରାଦୀପ ଗଡ଼ ନିକଟରେ ହଳଦୀପାଣି ନଦୀ ମୁହଁ ଖୋଲିବା ପାଇଁ ଗାଁ ଲୋକ ଦାବି କରିଛନ୍ତି।

Comments are closed.